ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଭୁବନେଶ୍ବର (LR NEWS ୧୫/୦୮/୨୬) ଆଜି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିନୋଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ନିଜ ଅଭିଭାଷଣରେ ଡି. ଏଫ . ଓ କହିଥିଲେ ଯେ, ସ୍ୱାଧୀନତାଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଦେଶର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ବୀର ସଂଗ୍ରାମୀମାନଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବସର। ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ସେବା ଏବଂ ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଅବଦାନକୁ ସ୍ମରଣ କରିଥିଲେ।

ଏହି ଉତ୍ସବ ରେ ୪ଟି ବନାଞ୍ଚଳ ଅଧିକାରୀ ଓ ବନଖଣ୍ଡ ର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସହକାରୀ ବନ ସଂରକ୍ଷକ ମଧୁସ୍ମିତା ଦାସ, ବିନ୍ଦୁ ପ୍ରସାଦ ପ୍ରଧାନ , ଅଶୋକ କୁମାର ବେହେରା,ହଳଦୀଆ ବନାଞ୍ଚଳ ଅଧିକାରୀ ରୋହିତ କୁମାର, ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର, ଚନ୍ଦକା ବନାଞ୍ଚଳ ଅଧିକାରୀ ଉତ୍ତମ ସାହୁ, ଭୁବନେଶ୍ବର ବନାଞ୍ଚଳ ଅଧିକାରୀ ଧ୍ୟାନଚାନ୍ଦ ଟୁଡୁ ଓ ଏଷ୍ଟାବ୍ଲିସ୍ମେଣ୍ଟ ସେକ୍ସନ ଅଫିସର ଗୀତା ଦାସ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମଧ୍ୟରେ ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ, ଏକତା ଓ ଜାତୀୟତାବୋଧର ପରିବେଶ ସୃଷ୍ଟି କରିଥିଲା।

Comments (0)
Add Comment