ଡାଳତୋଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା LR NEWS (୧୦/୦୮/୨୬) ଆଜି ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡାଳତୋଳା ସରକାରୀଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଇବର ସେଲର ଦୁଇ ମହିଳା ଇନ୍ସପେକ୍ଟର ଶ୍ରୀମତୀ ଭାଗ୍ୟଶ୍ରୀ ବେହେରା ଓ ଅନୁପମା ମଲ୍ଲିକ ଉଭୟ ସାଇବର ସିକୁରୁଟୀ ବିଷୟ ରେ ସଚେତନ କରାଇଥିଲେ । ସମାଜ ସେବୀ ଧନେଶ୍ୱର ବିଧାରଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ପଟ୍ଟନାୟକ,ମୋବାଇଲ୍ ଫୋନ୍, ସୋସିଆଲ୍ ମିଡିଆ, ଅନଲାଇନ୍ ବ୍ୟାଙ୍କିଂ ପିଲାମାନଙ୍କୁ ବୁଝାଇଥିଲେ। ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଚେୟାରମ୍ୟାନ ହେମନ୍ତ ସ୍ୱାଇଁ, ଶିକ୍ଷକ ପ୍ରଶାନ୍ତ କୁମାର ଜେନା, ଶିକ୍ଷୟତ୍ରୀ ଯୋଷ୍ନାମୟୀ ରଥ, ଅନିତା ତରାଇ, ସୁନନ୍ଦା ପରିଡ଼ା, କଳ୍ପନା ଦଳେଇ, ସ୍ଵପ୍ନାରାଣୀ ଚମ୍ପତି ଓ ପ୍ରିୟଙ୍କା ମହାନ୍ତି ପ୍ରମୂଖ ଉପସ୍ତିତ ରହି ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କୁ ବୃଦ୍ଧିଶୀଳ ସାଇବର ଅପରାଧର ବିପଦ ସମ୍ପର୍କରେ ସଚେତନ କରିବା ସହିତ ଅନଲାଇନ୍ ଠକେଇରୁ କିପରି ସତର୍କ ରହିବେ ସେ ବିଷୟରେ ଜ୍ଞାନ ଦେବା।
ଅଭିଯାନ ସମୟରେ ସାଇବର ଅପରାଧୀମାନେ ଅବଲମ୍ବନ କରୁଥିବା ସାଧାରଣ ପ୍ରଣାଳୀ ସମ୍ପର୍କରେ ଏବଂ ମୋବାଇଲ୍ ଫୋନ୍, ସୋସିଆଲ୍ ମିଡିଆ, ଅନଲାଇନ୍ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର ସମୟରେ କଣ କଣ ସତର୍କତା ଅବଲମ୍ବନ କରିବା ଉଚିତ, ସେ ବିଷୟରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ବିଶେଷ କରି APK ଠକେଇ, ନକଲି ଯୋଜନା/ନିବେଶ ଠକେଇ, ଡିଜିଟାଲ୍ ଆରେଷ୍ଟ ଠକେଇ, ଅନଲାଇନ୍ ଆର୍ଥିକ ଠକେଇ ଇତ୍ୟାଦି ବିଭିନ୍ନ ପ୍ରକାରର ସାଇବର ଠକେଇ ବିଷୟରେ ଗୁରୁତ୍ୱଦିଆଯାଇଥିଲା।

ସାଇବର ଠକେଇର ଶିକାର ହେଲେ କିପରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ, ସେ ବିଷୟରେ ଧନେଶ୍ୱର ବିଧାର ମଧ୍ୟ ଅଂଶଗ୍ରହଣକାରୀଙ୍କୁ ସୂଚନା ଦେଇଥିଲେ। ଏଥିରେ ସମ୍ପୃକ୍ତ ପ୍ରମାଣଗୁଡ଼ିକୁ ସୁରକ୍ଷିତ ରଖିବା, ତୁରନ୍ତ ବ୍ୟାଙ୍କ/ଆର୍ଥିକ ସଂସ୍ଥାକୁ ଅବଗତ କରିବା ଏବଂ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ ରେ ଶୀଘ୍ର ଅଭିଯୋଗ କରିବା ସମ୍ପର୍କରେ ଜଣାଇ ଦିଆଯାଇଥିଲା।

ଅଜଣା ଲିଙ୍କ୍ରେ କ୍ଲିକ୍ କରିବା, ଅଜଣା ଆପ୍ଲିକେସନ୍ ଡାଉନଲୋଡ୍ କରିବା, ବ୍ୟକ୍ତିଗତ ସୂଚନା ସେୟାର କରିବା କିମ୍ବା ଅନଲାଇନ୍ ଆର୍ଥିକ ଲେନଦେନ କରିବା ପୂର୍ବରୁ “Stop, Think and Verify” (ଅଟକନ୍ତୁ, ଚିନ୍ତା କରନ୍ତୁ ଏବଂ ଯାଞ୍ଚ କରନ୍ତୁ) ନୀତିକୁ ଅବଲମ୍ବନ କରିବାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦିଆଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ପୁଲିସ ଅଧିକାରୀମାନଙ୍କ ସହ ସକ୍ରିୟ ଭାବେ ଆଲୋଚନା କରି ନିଜ ଜିଜ୍ଞାସା ଦୂର କରିଥିଲେ ଏବଂ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତଙ୍କ ମଧ୍ୟରେ ସ୍ୱାଗତ ଯୋଗ୍ୟ ହୋଇଥିଲା ଏବଂ ଅଂଶଗ୍ରହଣକାରୀମାନେ ନିଜ ସନ୍ତୋଷ ବ୍ୟକ୍ତ କରିଥିଲେ।
ଖୋର୍ଦ୍ଧା ପୁଲିସ ସାଧାରଣ ଜନତାଙ୍କୁ ସାଇବର ଠକେଇ ପ୍ରତି ସତର୍କ ଓ ସଚେତନ ରହିବା ସହିତ ନିଜ ପରିବାର, ବନ୍ଧୁମାନେ ଏବଂ ସମାଜର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ପ୍ରସାର କରିବାକୁ ଅନୁରୋଧ କରିଥିଲେ।
ଆଗାମୀ ଦିନଗୁଡ଼ିକରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Comments (0)
Add Comment