ବେଗୁନିଆ:୧୪/୨ବେଗୁନିଆ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ଆନନ୍ଦ ଉଲ୍ଲାସର ସହ ପିତାମାତା ଦିବସ ପାଳିତ ହୋଇଥିଲା।
ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ମହାନ୍ତି ଏବଂ ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ନିରୋଜ କାନ୍ତ ପ୍ରଧାନ ଯୋଗଦେଇ ଆଜି ଦିବସର ତାପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ। ସମବେତ ଶତାଧିକ ପିତାମାତା ଯୁଗଳଙ୍କୁ ସେମାନଙ୍କ ଶିଶୁ ମାନେ ଫୁଲ, ଚନ୍ଦନ ଦେଇ ପୂଜା ଅର୍ଚ୍ଚନା କରିଥିଲେ। ପିଲାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ସମସ୍ତ ଗୁରୁଜୀ ଗୁରୁମାମାନେ ପୂ ର୍ଣ୍ଣ ସହଯୋଗ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ବିଷ୍ଣୁ ଚରଣ ଦିକ୍ଷୀତ ଧନ୍ୟବାଦ୍ ଦେଇଥିଲେ।