ଖୋର୍ଦ୍ଧା,LR NEWS ୧୩।୩: ଖୋର୍ଦ୍ଧା କାଇପଦର ସ୍ଥିତ ସଦ୍ଭାବନ ସ୍ଥଳ ଭାବେ ପରିଚିତ ବାବା ବୋଖାରୀ (ସତ୍ୟପୀର) ଙ୍କ ବାର୍ଷିକ “ଉସ ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଏ । ଏହି ସମୟରେ ପୀଠରେ ଦେଶର ବିଭିନ୍ନ ରାଜ୍ୟରୁ ଲକ୍ଷାଧକ ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ବାବାଙ୍କ ଆର୍ଶୀବାଦରୁ ସକଳ ମନ ସ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦରଘା ଉନ୍ନୟନ କମିଟି ସଭାପତି ସେକ ସନା ଉଲ୍ଲା କୁହନ୍ତି ଆଜି ଠାରୁ ଦୁଇ ଦିନ ଧରି ଉତ୍ସବ ଜାରି ରହିଥିଲା । ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ବାବାଙ୍କ ପୀଠରେ ଭକ୍ତଙ୍କ ଦ୍ବାରା ଚାଦର ଚଢା କାର୍ଯ୍ୟକ୍ରମ ଜାରି ରହିବ । ଏଥିଲାଗି ପୋଲିସ, ଜିଲା ପ୍ରଶାସନର ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହି ପୀଠ ହେଉଛି ସର୍ବଧର୍ମ ସମନ୍ୱୟର ଉପାସନା ସ୍ଥଳ । ବାବା ବୋଖାରୀଙ୍କ ପୀଠରେ ହିନ୍ଦୁ ମୁସଲମାନ ଏକାଠି ଆରାଧାନା କରିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ହିନ୍ଦୁ ଓ ମୁସଲିମ ମାନେ ଏହି ପୀଠକୁ ଆସନ୍ତି । ଏହି ପୀଠ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ପାଇଁ ଭାଇଚାରା ଭାତୃତ୍ବର ବାର୍ତା ବହନ କରେ । ବିଭିନ୍ନ ଦୁରା ରୋଗରେ ପୀଡିତ ରୋଗୀ ଏବଂ ମାନସିକ ଧାରୀ ଏଠାକୁ ମାନସିକ ପୂରଣ ଲାଗି ଏଠାକୁ ଆସନ୍ତି । ପାର ବାବାଙ୍କ ପୀଠକୁ ଦୈନିକ ଶତାଧୁକ ଭକ୍ତ ଦର୍ଶନ ଲାଗି ଆସୁଛନ୍ତି । ଏହି ପୀଠ ଓଡ଼ିଶା ତଥା ଭାରତର ଏକ ତୀର୍ଥସ୍ଥାନ । ଦୈନିକ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଓ ତାଙ୍କ ସହଯୋଗୀ ବିଭିନ୍ନ ମାନସିକ ପୂରଣ ନେଇ ଗୁହାରି ଏବଂ ଅଧୁଆ ପଡିନ୍ତି । କୁହାଯାଏ ଏଠାକୁ ଆସୁଥିବା ଭକ୍ତ, ମାନସିକ ଧାରୀ ଏଠାରେ ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ ମାନେ ବାବାଙ୍କ ନିକଟରେ ଦରଖାସ୍ତ ଦିଅନ୍ତି । ଏକ ସାଧା କାଗଜରେ ଦରଖାସ୍ତ ଲେଖା ତାହାକୁ ପୀଠ ପରିସରରେ ଉଦ୍ଦିଷ୍ଟ ଜାଗାରେ ଝୁଲାଇ ଦିଆଯାଏ ।
ମାନସିକ ପୂରଣ ପରେ ବାବାଙ୍କୁ ଚାଦର ଚଡାନ୍ତି । କୁହାଯାଏ ୧୭ଶହ ମସିହାରେ ହଜରତ ବୁଖାରୀ ପୀରବାବା ନାମକ ଜଣେ ମୁସଲିମ ସନ୍ୟାସୀ ଏହି ଅଂଚଳକୁ ଆସିଥିଲେ । ସେତେବେଳେ ଏହି ଅଂଚଳ ଘଂଚ ଜଙ୍ଗଲରେ ରହିଥିଲା । ସେ ବରୁଣେଇ ପାହାଡ ପାଦଦେଶରେ ରହି ଜପତପ ଧାନ କରୁଥିଲେ । ଦିନେ ଜଣେ ଗଉଡ ବାବାଙ୍କ ସଂସ୍ପର୍ଶରେ ଆସିଥିଲା । ପରେ ସେ ତାଙ୍କ ଅନୁଗତ୍ୟ ପାଲଟିଯାଇଥିଲା । ବାବାଙ୍କ ପାଇଁ ଦୈନିକ ଖାଇବା ନେଇ ଆସେ । ଦିନେ ସେ ଦେଖିଲା ବାବାଙ୍ଗ ଚାରିପଟେ ଭଲ ତୁଙ୍ଗା ପାଲଟିଗଲାଣି । ବାବାଙ୍କ କଥାରେ ସେ ତାଙ୍କ ନିକଟରେ ବସିଲା । ପରେ ସେ ବାବାଙ୍କ କଥାରେ ତାହାଣ ପାର୍ଶ୍ଵରେ ବସିପଡିଥିଲା । ପରବର୍ତି ସମୟରେ ଉଭୟଙ୍କ ଶରୀର ତୁଙ୍ଗାରେ ବିଲିନ ହୋଇଯାଇଥିଲା ।
ସମୟ କ୍ରମେ ଉଭୟ ଦେହ ତ୍ୟାଗ କରିଥିଲେ । ଉଭୟ ସମାଧିପୀଠ ବାବା ବୁଖାରୀ ଏବଂ ସତ୍ୟପୀରବାବ ପୀଠ ଭାବେ ପରିଚିତ ହୋଇଥିଲା । ଜନଶ୍ରୁତି ଅଛି ଏକଦା ଗଜପତି ମହାରାଜା ରାମଚନ୍ଦ୍ରଦେବ ରୋଗରେ ପାଚିତ ହୋଇ ବାବାଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କ ଆଶ୍ରିତ ହୋଇଥିଲେ । ବାବାଙ୍କ ଅଲୌକିକ ଶକ୍ତି ପ୍ରଭାବରେ ସେ ରୋଗ ମୁକ୍ତ ହୋଇଥିଲେ । ଏପରିକି ବାବାଙ୍କ ପାଣିର ଆବଶ୍ୟକତା ପଢିବାରୁ ହାତରେ ଧରିଥିବା ବଛା ଭୂଇଁକୁ ସ୍ପର୍ଶ କରିବା ମାତ୍ରକେ ଏକ ଝର ସୃଷ୍ଟି ହୋଇଥିଲା । ଯାହା ବର୍ତମାନ ପୀଠକୁ ଆସୁଥିବା ଦର୍ଶନାଥୀଙ୍କ ଲାଗି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।