ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୨.୨୦୨୦) – : କିଛିଦିନ ପୂର୍ବରୁ ସୁରାଟ ଠାରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଭାବରଡ଼ା ଗ୍ରାମର ଜୈନକ ସୂତାକଳ ଶ୍ରମିକ ପ୍ରଫୁଲ୍ଲ ସେଠୀଙ୍କ ମୃତ୍ଯ ହୋଇଥିଲା । ଆଜି ତାଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଁଚିଛି।ଓଡ଼ିଶା ସରକାରଙ୍କ “ମୋ ପରିବାର” କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅରୁପ କୁମାର ପଟ୍ଟନାୟକ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ମର ଶରୀର ପାଖରେ ପହଞ୍ଚିଲେ ଏବଂ ଭାବରଡ଼ା ଗ୍ରାମକୁ ଯାଇ ତାଙ୍କ ପରିବାର ଲୋକକୁ ହସ୍ତାନ୍ତର କରିବେ ବୋଲି ପ୍ରକାଶ କରିଛନ୍ତି ।