ପୁରୀ LR NEWS – ଭାରତରେ “ଜାତୀୟ ବିଜ୍ଞାନ ଦିବସ” ପ୍ରତିବର୍ଷ ଫେବୃଆରୀ ୨୮ ରେ ପାଳନ କରାଯାଏ। ପୁରୀ ଜିଲ୍ଲା। ବ୍ରହ୍ମଗିରି ବ୍ଲକ୍ ଚନ୍ଦନପୁର ଅନ୍ତର୍ଗତ ଓଲା ଗ୍ରାମର ବ୍ରଜ ବନ୍ଧୁ ପ୍ରଧାନ ଙ୍କ ସୁ ପୁତ୍ର ବିଭୁତି ଭୁଷଣ ପ୍ରଧାନ ବିଜ୍ଞାନ ଦିବସ ରେ ନିଜର ମତ ରଖି କହିଛନ୍ତି ଚଳିତ ବର୍ଷ ୨୦୨୫ ର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବ ପ୍ରବର୍ତ୍ତନ କ୍ଷେତ୍ରରେ ବିଶ୍ଵ ନେତୃତ୍ବ ପାଇଁ ଭାରତୀୟ ଯୁବକଙ୍କୁ ସଶକ୍ତ କରିବା’ |ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ଯୁବ ଭାରତୀୟ ଙ୍କ ଉଦ୍ୟମ କୁ ପ୍ରୋତ୍ସାହିତ କରିବା ବ୍ୟତିତ, ଥିମ୍ ହେଉଛି ଘରୋଇ ବୈଷୟିକ ଜ୍ଞାନକୈ।ଶଳ ମାଧ୍ୟମରେ ଆଉହାନର ମୁକାବିଲା କରିବାରେ ଭାରତୀୟ ବୈଜ୍ଞାନିକ ମାନଙ୍କ ସଫଳତାକୁ ପ୍ରଶଂସା କରିବା |
ଜାତୀୟ ବିଜ୍ଞାନ ଦିବସ ଉତ୍ସବ ପାଳନବୈଜ୍ଞାନିକ ଏବଂ ବିଜ୍ଞାନ ଉତ୍ସାହୀମାନଙ୍କ ପାଇଁ ବିଜ୍ଞାନର ପ୍ରଭାବ ଆମ ଜୀବନରେ ପ୍ରତିଫଳିତ କରିବାକୁ ଏକ ସୁଯୋଗ ପ୍ରଦାନ କରେ |ଏହି ଉତ୍ସବ ୧୯୮୬ ମସିହାରୁ ପାଳନ ହେଉଛି। ଫେବୃଆରୀ ୨୮ ତାରିଖ ହେଉଛି ସାର୍ ସି.ଭି.ଙ୍କ ଦ୍ୱାରା ‘ରମଣ ପ୍ରଭାବ’ ଘୋଷଣା କରାଯାଇଥିବା ଦିନ। ପ୍ରକାଶ ଥାଉ କି ଏହା ତାଙ୍କ ସଫଳ ଗବେଷଣାର ଦିନ, ତାଙ୍କ ଜନ୍ମ ଦିନ ନୁହେଁ।
୨୯୩୦ ରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଗ୍ରହଣ କରିଥିବା ରମଣ | ସାର୍ ଚନ୍ଦ୍ର ଶେଖର ଭେଙ୍କଟରମଣ ଙ୍କ ଜନ୍ମ ଦିନ ହେଉଛି ୭ ନଭେମ୍ବର ୧୮୮୮। ସେ ୨୧ ନଭେମ୍ବର ୧୯୭୦ ରେ ମହାପ୍ରୟାଣ ପ୍ରାପ୍ତ ହେଇଥିଲେ।
ଜାତୀୟ ବିଜ୍ଞାନ ଦିବସ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଆମ ଜୀବନରେ ବିଜ୍ଞାନର ପ୍ରମୁଖ ଭୂମିକାକୁ ସ୍ବୀକୃତି ଦିଏ।ଜାତୀୟ ବିଜ୍ଞାନ ଦିବସରେ ଆସନ୍ତୁ ବିଜ୍ଞାନକୁ ଆମ ଦେଶର ପ୍ରଗତି ତଥା ଜଗତ କଲ୍ୟାଣ ଉଦ୍ଧେଶ୍ୟ ରେ ପ୍ରୟୋଗ କରିବାକୁ ପ୍ରତିଶୃତି ବଦ୍ଧ ହେବା।’