LR NEWS ୧୫/୨/୨୫-ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧକ୍ଷତାରେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି. ଏହି କାଜ୍ୟକ୍ରମରରେ ମୁଖ୍ୟ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇ ଥିଲେ. ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ଆଇନ ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ।ତତସହିତ ଡେପୁଟି ଜିଲ୍ଲାପାଳ ଶ୍ରୀ ଯୁକ୍ତ ମନୋଜ ସେନାପତି , ଜିଲ୍ଲା ମୁଖ୍ୟ ଚିକିସ୍ୟଲୟର ଡା. ଇନ୍ଦିରା କୁମାରୀ ରଥ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି ଜୋତ୍ସ୍ନାମଇ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମହିଳା ଆଇନ ସଚେତନତା ସମ୍ବଧରେ ନିଜର ବକ୍ତବ୍ୟ ରଖିଥିଲେ।
ମହିଳା ଅଧିକାର ଆଇନ ବିଶେଷଜ୍ଞ ଭାବରେ ଆଇନଜୀବୀ ମିସ. ସ୍ନେହାଞ୍ଜଳୀ ମହାନ୍ତି ଓ ଆକ୍ସନ ଏଡ଼ର ନେସନାଲ ପ୍ରୋଗ୍ରାମ ଲିଡ଼ ଘାସିରାମ ପଣ୍ଡା ଯୋଗ ଦେଇ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ଥିବା ବିଭିନ୍ନ ଆଇନ ଯଥାଲିଙ୍ଗଭୃଣ ନିରୁପୂଣ ନିବାରଣ ଆଇନ , ବାଲ୍ୟ ବିଭାହ ନିଷେଧ ଆଇନ, ଯୌତୁକ ନିବାରଣ ଆଇନ , କର୍ମ ସ୍ଥଳରେ ମହିଳାଙ୍କୁ ଯୌନ ଶୋଷଣ ନିବାରଣ ଆଇନ , ଘରୋଇ ହିଂସା ନିବାରଣ ଆଇନ ଇତ୍ୟାଦି ବିଷୟରେ ବିଷଦ ଭାବରେ ଆଲୋଚନା କରିବା ସହିତ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଉପସ୍ତିସ୍ତ ମହିଳା ମାନଙ୍କୁ ବୁଝାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବ୍ଲକର ସରପଞ୍ଚ, ସମିତି ସଭ୍ୟ , ୱାର୍ଡ ମେମ୍ବର , ଆଙ୍ଗନବାଡୀ କର୍ମୀ, ଆଶା କର୍ମୀ, ସ୍ଵୟମ ସହାୟକ ଗୋଷ୍ଠୀ ର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସିଡିପିଓ ପ୍ରମୁଖ ଯୋଗ ଦେଇ ଥିଲେ. ଜିଲ୍ଲା ସମାଜ କଲ୍ୟାଣ ବିଭାଗ ର ସମସ୍ତ କର୍ମକର୍ତ୍ତମାନେ ଏହି କାଜ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରି ଥିଲେ. ପରିଶେଷରେ ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଶ୍ରୀ ଉତ୍କଳ ମାଇତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।