ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ମିଳିତ ଜନ ଶୁଣାଣି ଅନୁଷ୍ଠିତ ।

ଖୋର୍ଦ୍ଧା LR NEWS- ଆଜି ତା ୦୩.୦୨.୨୦୨୫ ରିଖ ରେ ଜିଲ୍ଲାପାଳ, ଖୋର୍ଦ୍ଧା ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି ।ମୋଟ ୧୩୩
ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୪ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।ମୂଖ୍ୟ ମନ୍ତ୍ରୀଙ୍କ ଆର୍ଥିକ ସହାୟତା ପାଣ୍ଠି ରୁ ୩ ଜଣ ହିତାଧିକାରୀଙ୍କୁ ଯଥାକ୍ରମେ ୩୦,୦୦୦/-ଟଙ୍କା,
୧୦,୦୦୦/-ଟଙ୍କା ଏବଂ ୫୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ସେହିପରି ରେଡକ୍ରସ ସହାୟତା ପାଣ୍ଠି ରୁ ଜଣଙ୍କୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।ଆଜିର ମିଳିତ ଜନଶୁଣାଣି ଅବସରରେ, ଆରକ୍ଷୀ ଅଧିକ୍ଷକ, ସାଗରିକା ନାଥ/ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା/ ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା,ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କସ୍ତୁରୀ ବାନା ଜେନା/ତହସିଲଦାର,ବିଭାଗ ରଞ୍ଜନ ପାଣିଗ୍ରାହୀ/ ବିଡ଼ିଓ, ଖୋର୍ଦ୍ଧା କ୍ଷିରାଵ୍ଧି ତନୟା ସାହୁ,/ସି ଡ଼ି ଏମ୍ଓ, / ଆସିଷ୍ଟାଣ୍ଟ କଲେକ୍ଟର/ ଅତିରିକ୍ତ ଶିକ୍ଷା ଅଧିକାରୀ। ସ୍ନିଗ୍ଧା ମିଶ୍ର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment