ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ…….


ଖୋର୍ଦ୍ଧା – ଆଜି ତା ୨୬/୦୧/୨୦୨୫ ରିଖ ଖୋରଧା ସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ବଡ ଆଡମ୍ବରରେ ପାଳିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଶିଶିର କୁମାର ପରିଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସମାଜସେବୀ ତଥା ପୁରୁଖା କଂଗ୍ରେସ ନେତା ଶ୍ରୀ ଗୁରୁ ଚରଣ ପଟ୍ଟନାୟକ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଆଜି ଏହି ଦିବସରେ ଡଃ ବି. ଆର୍. ଆମ୍ବେଦରଙ୍କ ଦ୍ବାରା ପ୍ରଣିତ ସମ୍ବିଧାନ ସମ୍ବନ୍ଧରେ ଉଦ୍ବୋଧନ ଦେଇ ଗଣ ତନ୍ତ୍ରକୁ କିପରି ହତ୍ୟା କରାଯାଉଅଛି ତାହା ବିଷୟରେ ଗଭୀର ଆଲୋକପାତ କରିବା ସହିତ ଆଜିକାର ଯୁବ ସମାଜ ଏହାକୁ ସୁରକ୍ଷା ଦେବା ସହ ପ୍ରତିବାଦର ସ୍ବର ଉତ୍ତୋଳନ କରିବା ନିମନ୍ତ ଆହ୍ବାନ ଦେଇଥିଲେ। ଏତଦ୍ ସହିତ ଦେଶର ପ୍ରଣିତ ସମ୍ବିଧାନରେ ଉଲ୍ଲେଖ ଥିବା ଛଅ ଗୋଟି ମୌଳିକ ଅଧିକାର ଯଥା -ସମାନତା,ବାକ୍ ସ୍ବାଧିନତା,ଧର୍ମ ନିରପେକ୍ଷତା,ଶିକ୍ଷା ଓ ସଂସ୍କୃତି ଅଧିକାର,ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ଅଧିକାର ଆଦି ବଜାୟ ରଖିବା ପାଇଁ ଯୁବ ସମାଜର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ମତ ପୋଷଣ କରିଥିଲେ। ସର୍ବଶେଷରେ ଟ୍ରଷ୍ଟର ସମ୍ପାଦକ ଡଃ ସଞ୍ଜୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଚମ୍ପତି,ପ୍ରଦୋଷ ହରିଚନ୍ଦନ,ମହମ୍ମଦ କେଫାତୁଲା ଖାନ୍,ବିଶ୍ବ ରଂଜନ ପ୍ରଧାନ,ଦେବେଦ୍ର ଶତପଥୀ,ଲୋତକ ବିନ୍ଦୁ ପଟ୍ଟନାୟକ,ଅଜିତ ମିଶ୍ର,ସେନାର ଅବସର ପ୍ରାପ୍ତ ଉପ ଆରକ୍ଷୀ ଅଧୀକ୍ଷକ ବିରଞ୍ଚିନାରାୟଣ ମଙ୍ଗରାଜ,ଶିଳାଦିତ୍ୟ ପଟ୍ଟନାୟକ,ରତ୍ନାକର ରଣସିଂ,ଅଖିଳ ପ୍ରଧାନ,ରମେଶ ଚନ୍ଦ୍ର ପ୍ରଧାନ,ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଜିକାର କାର୍ଯ୍ୟକ୍ରମକୁ ସ୍ମିତ ରଞ୍ଜନ ବଳିୟାରସିଂହ,ପୁଲିନ୍ ବିହାରୀ ଦାସ,ସୋମ୍ୟ ରଞ୍ଜନ ପଟ୍ଟନାୟକ,ହଲିମ୍ ଖାନ୍,ଦେବରାଜ ବେହେରା,ମିରା ପ୍ରଧାନ,ପ୍ରତିମା ସାମନ୍ତରାୟ ପ୍ରମୁଖ ସୁଚାରୁ ରୁପେ ପରିଚାଳନା କରିଥିଲେ।

Comments (0)
Add Comment