ଭୁବନେଶ୍ୱର LR NEWS –ସାରା ରାଜ୍ୟରେ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ସ୍କିମ ଅନୁସାରେ ବିଭିନ୍ନ ବେସରକାରୀ ସଂସ୍ଥା ଦ୍ୱାରା ଶିଶୁଯତ୍ନ ଅନୁଷ୍ଠାନ ଗୁଡିକ କାର୍ଯ୍ୟକାରୀ ହେଉଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନେଇ ଗଠିତ ଓଡିଶା ରାଜ୍ୟ ଶିଶୁଯତ୍ନ ଅନୁଷ୍ଠାନ କର୍ମଚାରୀ ମହାସଙ୍ଘ ପକ୍ଷରୁ ତା- ୧୦/୦୯/୨୦୨୪ରିଖ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଥିଲା । କର୍ମଚାରୀ ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା, ପାରିଶ୍ରମିକ ଠିକ ସମୟରେ ନ ମିଳିବା, କୌଣସି ସରକାରୀ ଛୁଟି ଓ ସୁବିଧା ସୁଯୋଗ ନ ମିଳିବା, ଇତ୍ଯାଦି ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଅବଗତ କରାଯାଇଥିଲା । ବର୍ତ୍ତମାନ ଶିଶୁଯତ୍ନ ଅନୁଷ୍ଠାନ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ଦୀର୍ଘ ୬ ମାସ ଧରି ପାରିଶ୍ରମିକ ମିଳିନାହିଁ। ପିଲାଙ୍କ ଅନୁଦାନ ବର୍ତ୍ତମାନ ର ଦରଦାମ ତୁଳନାରେ ବହୁତ କମ ମିଳୁଥିବା ବେଳେ ତାହାମଧ୍ୟ ତିନି ଚାରି ମାସରେ ଥରେ ମିଳେ।
ବର୍ତ୍ତମାନ ପରିସ୍ଥିତି ରେ ଅସହାୟ, ଶୋଷିତ, ପରିତ୍ୟକ୍ତ ଶିଶୁମାନଙ୍କ ପାଇଁ ସରକାର କୌଣସି ଦୀର୍ଘମିଆଦି ଯୋଜନା ନ କରି ଅଣ ଆନୁଷ୍ଠାନିକ ଯତ୍ନ ବ୍ୟବସ୍ଥା କରୁଛନ୍ତି ଯାହାକି ଅଧିକ ଶିଶୁ ଶ୍ରମିକ ବଢ଼ିବାରେ ବେଶ ସହାୟକ ହେବ। ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବୀ ହୋଇଛି । ଶିଶୁଯତ୍ନ ଅନୁଷ୍ଠାନ କର୍ମଚାରୀ ଙ୍କୁ ଅନ୍ୟ ରାଜ୍ୟ ଭଳି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବା, ପାରିଶ୍ରମିକ ନିୟମିତ ପ୍ରଦାନ ବ୍ୟବସ୍ଥା, ମହିଳା କର୍ମଚାରୀ ଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦେବା, ସରକାର କର୍ମଚାରୀ ଙ୍କ ଭଳି ଏଚ ଆର ପଲିସି ଲାଗୁ କରିବା, କର୍ମଚାରୀ ଙ୍କ ଚାକିରୀ ସୁରକ୍ଷିତ କରିବା, ଇତ୍ଯାଦି ଦାବୀ ମହାସଙ୍ଘ ପକ୍ଷରୁ ଉପସ୍ଥାପନ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ କର୍ମଚାରୀ ଯୋଗଦେଇ ଥିଲେ।