ସୁଶିଳାଦେବୀ ପ୍ରଗତି ସରକାରୀ ଉଚ୍ଚବିଦ୍ୟାଳୟ ଲାଗିଲା ୧୧୭ ଚାରା ଚାରାରୋପଣ ପରିବେଶ ସନ୍ତୁଳନ ଆଣିବ।

ଜଟଣୀ, : ବ୍ୟାଙ୍କ ଅଫ ବରୋଦା(ବିଓବି) ଜଟଣୀ ଶାଖା ପକ୍ଷରୁ ବିଓବି ୧୧୭ବର୍ଷ ଅବସରରେ ଜଟଣୀ ବ୍ଲକ୍ ସୁଶିଳାଦେବୀ ପ୍ରଗତି ସରକାରୀ ଉଚ୍ଚବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ, ବାଛରା ପରିସରରେ ବ୍ୟାଙ୍କ କତୃପକ୍ଷ, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀଛାତ୍ର, ପରିବେଶ ପ୍ରେମୀଙ୍କ ଉପସ୍ଥିତିରେ ୧୧୭ଟି ବିଭିନ୍ନ କିସମର ଚାରାରୋପଣ କରି ପରିବେଶ ସୁରକ୍ଷା ସଂକଳ୍ପ ନେଇଥିଲେ ।

ଖୋରଧା ର ବଶିଷ୍ଠ ଆଇନଜୀବୀ ମନ୍ମଥ ମିଶ୍ର ଯୋଗଦେଇ ଚାରାଟିଏ ରୋପଣ କରି ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ I ବ୍ୟାଙ୍କ ପ୍ରବନ୍ଧକ (ଶାଖା ପରିଚାଳକ) ମାନଶ୍ରୀ ସାହୁ ପରିବେଶବିତ୍ ଧନେଶ୍ବର ବିଧାର, ଖବରଦାତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ I

ହାଇସ୍କୁଲ ଦୀପ୍ତି ସାହୁ , ଶିକ୍ଷକ ଅଜୟ ବରାଳ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ, ସଭପତି ,ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟ ମାନେ ସହୋଯୋଗ କରିଥିଲେ । ବୃକ୍ଷରୋପଣ ପରେ ସ୍କୁଲ ପରିସରରେ ଏକ ସଭା ଆୟୋଜିତ ହୋଇଥଲା । ପରିବେଶ ସନ୍ତୁଳନ ପାଇଁ ଚାରାରୋପଣ ଜରୁରୀ । ଦେଶର ପ୍ରଧାନମନ୍ତ୍ରୀ ପ୍ରକୃତ ମାତାପାଇଁ ଚାରାଟିଏ ଆହ୍ବାନ ଦେଇଛନ୍ତି । ବର୍ଷା ଦିନରେ ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ପାଇଁ ପରିବେଶ ସଂକ୍ରାନ୍ତିୟ ସଭାରେ ଉପରୋକ୍ତ ଅତିଥି ମାନେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।

Comments (0)
Add Comment