ହଳଦିପଦା ସ୍କୁଲରେ ଲାଗିଲା ୧୧୭ ଚାରା ଚାରାରୋପଣ ପରିବେଶ ସନ୍ତୁଳନ ଆଣିବ।

ଖୋର୍ଦ୍ଧା, : ବ୍ୟାଙ୍କ ଅଫ ବରୋଦା(ବିଓବି) ଖୋର୍ଦ୍ଧା ଶାଖା ପକ୍ଷରୁ ବିଓବି ୧୧୭ବର୍ଷ ଅବସରରେ ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ନାଲିପଡାଅର୍ଜୁନପୁର ଫଚାୟତ ଅନ୍ତର୍ଗତ ହଳଦିପଦା ଉଚ୍ଚ ବିଦ୍ୟାଳୟ ପରିସରରେ ତା ୨୨/୭/୨୪ରିଖ ରେ ବ୍ୟାଙ୍କ କତୃପକ୍ଷ, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀଛାତ୍ର, ପରିବେଶ ପ୍ରେମୀଙ୍କ ଉପସ୍ଥିତିରେ ୧୧୭ଟି ବିଭିନ୍ନ କିସମର ଚାରାରୋପଣ କରି ପରିବେଶ ସୁରକ୍ଷା ସଂକଳ୍ପ ନେଇଥିଲେ ।

ଖୋର୍ଦ୍ଧା ବନାଞ୍ଚଳ ଅଧୁକାରୀ ଜୟକୃଷ୍ଣ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଚାରାଟିଏ ରୋପଣ କରି ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ I ବ୍ୟାଙ୍କ ପ୍ରବନ୍ଧକ (ଶାଖା ପରିଚାଳକ) ସତିଶ ଚନ୍ଦ୍ର ବାରିକ, ସହ ପ୍ରବନ୍ଧକ ପ୍ରିୟବ୍ରତ ବିଶ୍ବାଳ ଓ ଦେବାଶିଷ ଷଢଙ୍ଗୀ, ବରିଷ୍ଠ ଆଇନଜିବୀ ତଥା ବ୍ୟାଙ୍କ ଆଇନ ପରାମର୍ଶଦାତା ମନ୍ମଥ କୁମାର ମିଶ୍ର, ପରିବେଶବିତ ଧନେଶ୍ବର ବିଧାର, ଖବରଦାତା ଲୋହିତ ମହାପାତ୍ର ଓ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ I

ହାଇସ୍କୁଲ ପ୍ରଧାନଶିକ୍ଷକ ସୁଧାକର ମହାପାତ୍ର, ଶିକ୍ଷକ ବାସୁଦେବ ସାହୁ ଏବଂ ଅନ୍ୟ ଶିକ୍ଷକ ମାନେ ପରିଚାଳନା କରିଥିଲେ । ବୃକ୍ଷରୋପଣ ପରେ ସ୍କୁଲ ପରିସରରେ ଏକ ସଭା ଆୟୋଜିତ ହୋଇଥଲା । ପରିବେଶ ସନ୍ତୁଳନ ପାଇଁ ଚାରାରୋପଣ ଜରୁରୀ । ଦେଶର ପ୍ରଧାନମନ୍ତ୍ରୀ ପ୍ରକୃତ ମାତାପାଇଁ ଚାରାଟିଏ ଆହ୍ବାନ ଦେଇଛନ୍ତି । ବର୍ଷା ଦିନରେ ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ପାଇଁ ପରିବେଶ ସଂକ୍ରାନ୍ତିୟ ସଭାରେ ଉପରୋକ୍ତ ଅତିଥି ମାନେ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।

Comments (0)
Add Comment