ବରିଷ୍ଠ ଆଇଜୀବୀ ସନତ ପଟ୍ଟନାୟକ ଘରେ ପାଳିଲେ ମାତୃ ଦିବସ।

ଖୋର୍ଦ୍ଧା LR NEWS ( ୧୨/୪/୨୪)-ମାଆ’ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ଖୋର୍ଦ୍ଧା ର ବରିଷ୍ଟ ଆଇନୀବୀ ସନତ ପଟ୍ଟନାୟକ, ତାଙ୍କ ଧର୍ମପତ୍ନୀ,ମଧୁଲିତା,ଏବଂ ପୁତ୍ର ରୀତିକ୍ ପଟନାୟକ ପ୍ରତିବର୍ଷ ଭଳି ଆଜି ତାଙ୍କ ଘରେ ପାଳନ କରିଛନ୍ତି ମାତୃ ଦିବସ। ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି,ମାତା -ବିଦୁଲତା ପଟନାୟକ ଭଳି ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ ।କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଆମେ କିଛି ବି କଲେ ତାହା ବହୁତ କମ୍‌ ପଡ଼ିଯିବ। ଆମକୁ ଏ ଦୁନିଆକୁ ଆଣିଥିବା ଓ ସମାଜରେ ଛିଡ଼ା କରାଇବାକୁ ନିଜକୁ ତିଳ ତିଳ ଜାଳିଥିବା ମାଆ ପ୍ରତି ସମ୍ମାନ ଓ ଭଲ ପାଇବା ପାଇଁ ଯୋଗ୍ୟା । ମାଆ କୁ ଭଲପାଇବା ଜାହିର କରିବା ଲାଗି ସେମିତିରେ ତ କିଛି ବିଶେଷ ଦିନର ଆବଶ୍ୟକତା ନାହିଁ। କିନ୍ତ ‘ମଦର୍ସ ଡେ’ ଆମକୁ ନିଜ ଭାବନା ପ୍ରକାଶ କରିବାକୁ ଏକ ବାହାନା ଓ ସୁଯୋଗ ଦେଇଥାଏ। ପ୍ରତି ବର୍ଷ ମେ ମାସ ଦ୍ଵିତୀୟ ରବିବାର ମାଆ ପାଇଁ ଏହି ବିଶେଷ ଦିନଟି ପାଳନ କରାଯାଏ।

Comments (0)
Add Comment