ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜାଗା ରେ ବାଘ ଗଣନା କାର୍ଯ୍ୟକ୍ରମ ଚାଲୁରହିଛି।

ଖୋର୍ଦ୍ଧାLRNEWS,୨୧/୧୦: ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜାଗା ରେ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ ବୋଲଗଡ଼, ବାଙ୍କୀ, ବେଗୁନିଆ, ରଣପୁର, ବାଲୁଗାଁ ଡେଲାଙ୍ଗ ସମେତ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ସ୍ଥାନରେ ବନ କର୍ମଚାରୀ, ପରିବେଶ ପ୍ରେମୀ ଓ ଅନ୍ୟ ସାଥୀ ମାନେ ପହଞ୍ଚି ବାଘ ଗଣନା କାର୍ଯ୍ୟକ୍ରମ କୁ ତ୍ଵରାନିତ କରୁଛନ୍ତି।

ବାଘର ପାଦ ଚିହ୍ନ କୁ ଠାବ କରି ଏହାର ଫୋଟ ଉଠାଇବା ସହ ଲମ୍ବ ପ୍ରସ୍ତ ସବୁ ସର୍ଭେ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ଗଣନା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରେଞ୍ଜର ଶ୍ରୀ ଜୟକୃଷ୍ଣ ପଣ୍ଡା , ରଣପୁର ରେଞ୍ଜର ପ୍ରଦିପ ମହାନ୍ତି, ବାଳୁଙ୍ଗା ରେଞ୍ଜର ପ୍ରତାପ ମହାନ୍ତି, ଡେଲାଙ୍ଗ ରେଞ୍ଜର ସାନ୍ତୁନ ଦଳାଇ ସମେତ ଫରେଷ୍ଟର ସାଧୁ ମହାପାତ୍ର , ପ୍ରଦିପ ପଟ୍ଟନାୟକ, ମିତାଲି ମଧୁସ୍ମିତା ମହାନ୍ତି, ପ୍ରିୟଦର୍ଶିନୀ ସେଠୀ, ବିକ୍ରମ କେଶରୀ ଜେନା, ସୁରେନ୍ଦ୍ରନାଥ ପଟ୍ଟନାୟକ , ବିଜୁପଟ୍ଟନାୟକ ୱାଇଲ୍ଡ ଲାଇଫ ଅୱାଡି ଧନେଶ୍ୱର ଵିଧାର, ସାଧନା ଅନୁଷ୍ଠାନ ର ୪ସଦସ୍ୟ ଶ୍ରୀଯୁକ୍ତ ଭବାନୀ ପଟ୍ଟନାୟକ, ଦାଶରଥି ଶ୍ରୀଚନ୍ଦନ, ପବତ୍ର ଜେନା ଓ ବସନ୍ତ ବେହେରା ସମେତ ପ୍ରମୁଖ ଫରେଷ୍ଟ ଗାର୍ଡ ଏଥିରେ ସାମିଲ ହୋଇଛନ୍ତି।

Comments (0)
Add Comment