ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଖୋର୍ଦ୍ଧାର ‘ସୁନିଶ୍ଚିତ’ କାର୍ଯ୍ୟକ୍ରମ।

ଖୋର୍ଦ୍ଧା LR NEWS(୨୫/୦୯/୨୩) ଖୋର୍ଦ୍ଧା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଗାମୀ ବାର୍ଷିକ ପରୀକ୍ଷା ୨୦୨୩ ର ଫଳାଫଳରେ ଉନ୍ନତି ସାଧନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ 'ସୁନିଶ୍ଚିତ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ୧ 'ସୁନିଶ୍ଚିତ' ହେଉଛି ଏକ ଘନିଷ୍ଠ ଏବଂ ସମୟ ସୀମା ବିଶିଷ୍ଟ ଶିକ୍ଷାଦାନ-ଶିକ୍ଷା କାର୍ଯ୍ୟକ୍ରମ ଯାହାକି ଉଭୟ ପରିମାଣତ୍ମକ  ଏବଂ ଗୁଣାତ୍ମକ ଦୃଷ୍ଟିରୁ ବାର୍ଷିକ ବୋର୍ଡ ପରୀକ୍ଷାରେ ଫଳାଫଳକୁ ବୃଦ୍ଧି ପାଇଁ ଦଶମ ଶ୍ରେଣୀ ଛାତ୍ରମାନଙ୍କର ନିର୍ଦ୍ଦିଷ୍ଟ ଏକାଡେମିକ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପରିକଳ୍ପିତ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ 100% ଫଳାଫଳ ପାସ୍  (ଜିରୋ 'ଏଫ୍' ମିଶନ୍) ହାସଲ କରିବାରେ ସାହାଯ୍ୟ କରିବା ଏବଂ ପ୍ରତ୍ୟେକ ବିଦ୍ୟାଳୟର ଅତି କମରେ 5% ଛାତ୍ରଛାତ୍ରୀଙ୍କୁ ଆଗାମୀ ବାର୍ଷିକ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ୍ (1.5K A1 ମିଶନ୍) ପାଇବାକୁ ନିଶ୍ଚିତ କରିବା । ଏହି କାର୍ଯ୍ୟକ୍ରମକୁ ଆଜି ଆରମ୍ଭ କରିବା ପାଇଁ ଶ୍ରୀ ତରାଇ ଖୋର୍ଦ୍ଧା ଜିଲ୍ଲାର ସମସ୍ତ 333 ଟି ମାଧ୍ୟମିକ ବିଦ୍ୟାଳୟକୁ ଚିଠି କରିବା ସହ 'ସୁନିଶ୍ଚିତ' କାର୍ଯ୍ୟକ୍ରମର ନିର୍ଦ୍ଦେଶନାମ। ଜାରି କରିଛନ୍ତି।। 
ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବରଠାରୁ ଆରମ୍ଭ ହୋଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ପର୍ଯ୍ୟନ୍ତ ଜାରି ରହିବ । ଶିକ୍ଷାର୍ଥୀମାନଙ୍କୁ ଦକ୍ଷତା ଓ ଆବଶ୍ୟକତା ଭିତିରେ ବିଭିନ୍ନ ବୈଷୟିକ ବ୍ୟବସ୍ଥା ଓ ଆଦର୍ଶ ଶିକ୍ଷା ଦାନ ପ୍ରଣାଳୀ ଏବଂ ଅଭିଜ୍ଞ ସମ୍ବଳ ଶିକ୍ଷକ ଙ୍କ ସହାୟତାରେ ଉପୁଜୁଥିବା ଶିକ୍ଷଣ ଅଭାବକୁ ଦୂର କରିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରତି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପୋଷ୍ୟ ଗ୍ରହଣ ପଦକ୍ଷେପକୁ ଉତ୍ସାହିତ କରାଯାଇଛି । ନିରନ୍ତର ପରାମର୍ଶ, ଆଲୋଚନା ଓ ତଦାରଖ ନିମନ୍ତେ ଜିଲ୍ଲା ସ୍ତରରେ ଜିଲ୍ଲା ଏକାଡେମୀକ କମିଟି ଓ ପ୍ରତି ବ୍ଲକ ସ୍ତରରେ ବ୍ଲକ ଏକାଡେମୀକ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
Comments (0)
Add Comment