ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ଆଜି ୫୦୨ ୟୁନିଟ ରକ୍ତ ସଂଗୃହୀତ।

ଖୋର୍ଦ୍ଧା:୨୨/୦୯/୨୩ – ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆ ବ୍ଲକ ର କୁଞ୍ଜୁରୀ ଗ୍ରାମ ପଞ୍ଚାୟତ , ସୀମୋର , ବଡ଼ ବେରେଣl ଶୀମୋର ଗ୍ରାମ ପଞ୍ଚାୟତ ଠାରେ, କଣ୍ଟାବlଡଗ୍ରାମ ପଞ୍ଚାୟତ ରମାମଣି ମହାବିଦ୍ୟାଳୟ ଠାରେ ଏବଂ ବୋଲଗଡ ବ୍ଲକ ର ପିଚୁକୁଳୀ ଗ୍ରାମ ପଞ୍ଚାୟତ କଲ୍ୟାଣୀ ମଣ୍ଡପ, ବଡ଼ କୁମାରୀ ଗ୍ରାମ ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ,ଓ ସlନପଦର, ଗୋପାଳପୁର, କଡବ ଗ୍ରାମ ପଞ୍ଚାୟତ ଦେଉଳି ମହାବିଦ୍ୟାଳୟ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକର ର ପ୍ରତିନିଧି,ଯୁବ, ଛାତ୍ର,ମହିଳା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଶିବିର କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର ସଂଯୋଜନା କରିଥିଲେ। ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଶିବିର ଗୁଡ଼ିକୁ ଉଦ୍ଘାଟନ କରିଥିବା ବେଳେ ଉପସ୍ଥିତ ଥିଲେ ଶୁଭ୍ରାଂଶୁ ନାରାୟଣ ମିଶ୍ର , ସହ ପର୍ଯ୍ୟବେକ୍ଷକ, ବିଜୁ ଜନତା ଦଳ , ଖୋର୍ଦ୍ଧା ଜିଲ୍ଲା,ବୋଲଗଡ ବ୍ଲକ ର ଅଧ୍ୟକ୍ଷl ହୁଲାଶ ପ୍ରଧାନ , ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ବଡ଼ କୁମାରୀ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ,ବିଧାୟକଙ୍କ ବେଗୁନିଆ ପ୍ରତିନିଧି ପ୍ରଶାନ୍ତ ବେହେରା ,୨୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ,୨୫ ନମ୍ବର ଜିଲ୍ଲାପରିଷଦ ସଭ୍ୟl ଙ୍କ ପ୍ରତିନିଧି ସୁଭେନ୍ଦ୍ର କୁମାର ସାହୁ , ୨୬ ନମ୍ବର ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ଆତ୍ମା ଅଧ୍ୟକ୍ଷ ଦିପ୍ତିରଞ୍ଜନ ସାହୁ,ପବିତ୍ର ମୋହନ ମାଝି,କୃଷ୍ଣଚନ୍ଦ୍ର ପ୍ରଧାନ ଜ୍ୟୋତିରଞ୍ଜନ ଖଡଙ୍ଗl , ସ୍ଵାଧୀନ ପଣ୍ଡା,ନଳିନୀ ବଡ଼ଜେନା, ହାଡୁବନ୍ଧୁ ମହାପାତ୍ର,ହେମନ୍ତ ସୁନ୍ଦରାୟ ମାନସ ରଞ୍ଜନ ସାମନ୍ତରାୟ, ପରମାନନ୍ଦ ସାହୁ, ସୁକାନ୍ତ କୁମାର ସାହୁ, ନବକିଶୋର ଖୁଣ୍ଟିଆ ଗୋପୀନାଥ ଜେନା,କିଶୋର ରଣସିଂହ,ଦିଲ୍ଲୀପ କୁମାର ମହାପାତ୍ର, ପ୍ରଦୀପ ବାରିକ, ବିଜୟ ତlରେଣିଆ ,ଗୌତମ ଜେନା,ଅଭିମନ୍ୟୁ ସୁବୁଦ୍ଧି,ଦିଲ୍ଲୀପ ପାଇକରାୟ ଦିବାକର ପଣ୍ଡା, ଅସଫ ଅଲ୍ଲୀ, ପ୍ରଦୀପ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ଏସ ସି ବି ବ୍ଲଡ଼ ବ୍ୟାଙ୍କ, କଟକ ଦ୍ୱାରା କଣ୍ଟାବlଡ ଠାରେ ୧୨୦ ୟୁନିଟ ,ନୟାଗଡ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ପିଚକୁଳୀ ପଞ୍ଚାୟତ ରୁ ୪୦ ୟୁନିଟ ଏବଂ କ୍ୟାପିଟାଲ ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଦ୍ୱାରା କୁଞ୍ଜୂରି ଠାରୁ ୮୩ ୟୁନିଟ , ସେଣ୍ଟ୍ରାଲ ରେଡକ୍ରସ୍, କଟକ ଦ୍ଵାରା ଦେଉଳି ଠାରେ ୧୧୨ ୟୁନିଟ, ଭୁବନେଶ୍ବର ମୁନିସିପlଲ୍ ବ୍ଲଡ ବ୍ୟାଙ୍କ୍ ଦ୍ଵାରା ଶିମୋର ଠାରେ ୫୫ ୟୁନିଟ, ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ୍ ଦ୍ଵାରା ବଡ଼ କୁମାରୀ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ୯୨ ୟୁନିଟ ରକ୍ତ କୁ ମିଶାଇ ମୋଟ ୫୦୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବହୁ ମହିଳା ଓ ଯୁବକ ଏଥିରେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିର ଆୟୋଜନ କୁ ସବୁ ମହଲ ରେ ପ୍ରଶଂସା କରାଯାଉଛି।କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସଭାପତି ଅଭିଷେକ ସିଂ ସାମନ୍ତ ସମସ୍ତ ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଖୁବ୍ ଶୀଘ୍ର ବୋଲଗଡ଼ ବେଗୁନିଆ ରେ ବାକି ଥିବା ୧୧ଗୋଟି ପଞ୍ଚାୟତରେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ଜଣାଇଛନ୍ତି ।

Comments (0)
Add Comment