ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ୫୪୩ ୟୁନିଟ ରକ୍ତ ସଂଗୃହୀତ।


ଖୋର୍ଦ୍ଧା:୧୪/୦୯/୨୩ – ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ଆହ୍ବାନ ରେ ଆଜି ବିଗୁନିଆ ବୋଲଗଡ଼ ବ୍ଲକ ରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ
ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୋଲଗଡ଼, ଡାବର ଧୁଆ,ଫାଶୀ ଓଦା,ବାଘମାରି,ସିକୋ,ଶଗଡ଼ ଭଙ୍ଗା,ରାଉତ ପଡ଼ା , ଡିଙ୍ଗର, ଦେଉଳି,ଗୋବିନ୍ଦ ପୁର୍, ପୋଡାଡ଼ିହ, ପଂଗରସିଂ ପଞ୍ଚାୟତ କୁ ନେଇ ଆଜି ପ୍ରଥମ ପର୍ଯ୍ୟାୟ ରେ ୫୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ଏହି ଶିବିର କୁ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିଥିଲେ।ସବୁ ପଞ୍ଚାୟତ ର ପ୍ରତିନିଧି,ଯୁବ, ଛାତ୍ର,ମହିଳା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଶିବିର କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା,ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର,ଅନିଲ ବେହେରା,ଶ୍ରୀକାନ୍ତ ତ୍ରିପାଠୀ,ଦିଲୀପ କୁମାର ମହାପାତ୍ର, ଜ୍ୟୋତିରଂଜନ ଖାଡଙ୍ଗା,ପ୍ରକାଶ ଚନ୍ଦ୍ର ସାହୁ,ପ୍ରଶାନ୍ତ କୁମାର ବେହେରା ,ସର୍ବେଶ୍ଵର ମଙ୍ଗରାଜ ପ୍ରମୁଖ ସଂଯୋଜନା ରେ ସାହାଯ୍ୟ କରିଥିଲେ।

ତନୁଜା ପାଟସାଣୀ,ରୁପକାନ୍ତି ସାହୁ,ଶାନ୍ତିଲତା ରଣସିଂହ ,ଗୀତାଞ୍ଜଳି ସୁବୁଦ୍ଧି,ରିନା ସେଠୀ ,ଲୀଳା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ସେଣ୍ଟ୍ରାଲ ବ୍ଲଡ଼ ବ୍ୟାଙ୍କ୍ କଟକ,ଏସ ସି ବି କଟକ, ରିଜିଅନାଲ ବ୍ଲଡ଼ ବ୍ୟାଙ୍କ୍,ବି ଏମ୍ ସି ବ୍ଲଡ଼ ବ୍ୟାଙ୍କ୍,କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ୍, ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ୍,ନୟାଗଡ଼ ବ୍ଲଡ଼ ବ୍ୟାଙ୍କ୍,ଭଞ୍ଜ ନଗର ବ୍ଲଡ଼ ବ୍ୟାଙ୍କ୍ ଦ୍ଵାରା ୫୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।ଏହି ରକ୍ତଦାନ ଶିବିର ଆୟୋଜନ କୁ ସବୁ ମହଲ ରେ ପ୍ରଶଂସା କରାଯାଉଛି।

Comments (0)
Add Comment