ଗଂଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ପଞ୍ଚଦଶ ବାର୍ଷିକ ଉତ୍ସବ।

ରମ୍ଭା-ତା ୨୩.୮.୨୦୨୩ . ଗତ ରବିବାର ଦିନ “ଦନ୍ତପୁର” ଅଂଚଳ ସ୍ଥିତ ଐତିହାସିକ “ରମ୍ଭା”ନଗରୀ ଠାରେ ଗଂଜାମ ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୧୫ ତମ ବାର୍ଷିକ ସ୍ଵନକ୍ଷତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ତଥା ଗାୟତ୍ରୀ ଶକ୍ତି ପୀଠ ଠାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ସମ୍ବର୍ଦ୍ଧନା ପର୍ବ ମଧ୍ୟ ସଂପନ୍ନ ହୋଇଥିଲା । ଦିବସ ବ୍ୟାପୀ ଏହି ଉତ୍ସବରେ ଶ୍ରୀ ନିରଞ୍ଜନ ରଥ,ଚେୟାରମ୍ୟାନ,GIMSAR ତଥା Vice-President, ଓଡିଶା ସ୍କାଉଟସ ଆଣ୍ଡ ଗାଇଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ MKCG ମେଡ଼ିକାଲ କଲେଜର ପୂର୍ବତନ ଅଧକ୍ଷ ପଦ୍ମଶ୍ରୀ ଡ଼. କୃଷ୍ଣମୋହନ ପାଢ଼ୀ ଯୋଗଦେଇଥିଲେ । ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ (OAS) ସମ୍ମାନିତ ବକ୍ତା ରହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଂଜାମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ବ୍ରହ୍ମପୁର ଡେ଼ପୁଟି ମେୟର ଶ୍ରୀ ବିନୋଦ କୁମାର ବେହେରା,ଗଂଜାମ ମହା ବିଦ୍ୟାଳୟର ଅଧ୍ୟକ୍ଷ  ଡ଼ ପ୍ରଦୀପ କୁମାର ନନ୍ଦ,ଗଂଜାମ ସହର ଗ୍ରାସୀମ ଇଣ୍ଡଷ୍ଟ୍ରୀ ମୁଖ୍ୟ ଶ୍ରୀମତୀ ସୁସ୍ମିତା ବେହେରା, ଗଂଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗୀରଥି ବେହେରା (OES) ଓ Respond Trust of India ର ଚେୟାରମ୍ୟାନ ଶ୍ରୀ ସ୍ବସ୍ତିକ ସୁନ୍ଦର ସିୟ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ଅଂଚଳର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ପୁଣି “ଦନ୍ତପୁର” ପ୍ରତ୍ୟକ୍ଷ ଅଂଚଳ (ଗଞ୍ଜା-ହୁମ୍ମା-ରମ୍ଭା-ପାଲୁର)ପରିସରରୁ ଯାଇ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା OCS ଅଧିକାରୀ ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଭୁବନେଶ୍ୱର ସୋଆ ୟୁନିଭରସିଟିରୁ ବୈଷୟିକ ଜ୍ଞାନରେ ସ୍ନାତକ ଡିଗ୍ରୀ ପ୍ରାପ୍ତ ତଥା ସମ୍ପ୍ରତି  ଓଡିଶା ସରକାରଙ୍କ କୋଭିଡ଼ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଅବସ୍ଥାପିତ ଶିକ୍ଷାନବିଶ OAS ଅଧିକାରୀ ଶ୍ରୀ ସୁବ୍ରତ କୁମାର ସାହୁଙ୍କୁ ଏହି କ୍ରମରେ ସମ୍ମାନିତ କରାଯାଇଛି । ନିଜ ଚାକିରୀ  କାଳ ସମୟରେ ସରକାରଙ୍କୁ ସେବା ଓ କର୍ତ୍ତବ୍ୟ ଯୋଗାଇଥିବା  ଅବସର ପ୍ରାପ୍ତ ବରିଷ୍ଠ ନାଗରିକମାନେ ସମାଜ ପାଇଁ ଅଦରକାରୀ ନୁହନ୍ତି ବରଂ ସେମାନେ  ଅଂଚଳ ଓ ଲୋକ ସମାଜର ଅଭିଜ୍ଞ ମାର୍ଗଦର୍ଶକ ବୋଲି  ମତ ପ୍ରକାଶ ପାଇଥିଲା । ବୟସର ଅପରାହ୍ନରେ ସେମାନଙ୍କ ଦ୍ଵାରା ଆୟୋଜିତ ଏଇ ବାର୍ଷିକ ଉତ୍ସବ  ମାଧ୍ୟମରେ ଏଭଳି  ପ୍ରତିଭା-ସମ୍ବର୍ଦ୍ଧନା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ଅତିଥି ବୃନ୍ଦ । ଶେଷରେ ଏକ ସ୍ମରଣିକା -୨୦୨୩ ଉନ୍ମୋଚିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷାବିତ ଶ୍ରୀ ବାନାମ୍ବର ପଲେଇ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମହାରଣା ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ଶ୍ରୀ ବିଜୟ କୁମାର ବିଶ୍ବାଳ,ପ୍ରକୃତି ମିତ୍ର ଶ୍ରୀ ପଞ୍ଚାନନ ଖଟୁଆ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନକୁଳ ନାହାକ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନାଲୁ ସାହୁ ,ଶିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ଦଳବେହେରାଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ସକ୍ରିୟ ସହଯୋଗ କରିଥିଲେ । ଅଂଚଳର ସମ୍ବର୍ଦ୍ଧିତ  ପ୍ରତିଭା   ତଥା ନବ ନିଯୁକ୍ତ  ଓଡିଶା ପ୍ରଶାସନିକ ଅଧିକାରୀ  ଶ୍ରୀ ସୁବ୍ରତ କୁମାର ସାହୁ (ସୁବଳୟ। ଗ୍ରାମ ସ୍ବର୍ଗତ ସୁଦାମ ଚରଣ ସାହୁ ବିଶୋଇଙ୍କ ପୌତ୍ର) ସମ୍ପ୍ରତି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ  ଜରୁରୀ ପ୍ରଶିକ୍ଷଣରତ ଥିବାରୁ ତାଙ୍କ ତରଫରୁ ତାଙ୍କ ପିତା ତଥା ଭୁବନେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜେନେରାଲ ମ୍ୟାନେଜର ଶ୍ରୀ ପ୍ରବୀର ଚନ୍ଦ୍ର ସାହୁ ଏହି  ସମ୍ବର୍ଦ୍ଧନା ପତ୍ର ଗ୍ରହଣ କରିଛନ୍ତି ।

Comments (0)
Add Comment