ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ନିମନ୍ତେ ଡାକଘରୁ ତ୍ରିରଙ୍ଗା କିଣିଲେ ସ୍ଥାନୀୟ ଗ୍ରାମବାସୀ।

ଭୁବନେଶ୍ୱର,LR NEWS ୧୩/୦୮: ସ୍ୱାଧିନତାର ଅମୃତ ମହୋତ୍ସବ କାଳରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ନିମନ୍ତେ ଗ୍ରାମାଚଂଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଡାକଘରୁ ପ୍ରତେକଟି ବ୍ୟକ୍ତି ବିଶେଷ ଜାତୀୟ ପତାକା କିଣି ନିଜ ନିଜର ଘର ଛାତ ଉପରେ ଲଗାଇବା ପାଇଁ ଭାରତ ସରକାର ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ବାଜପୁର ଡାକଘରଠାରେ ସ୍ଥାନୀୟ ସମାଜସେବୀ ତଥା ବିଜେପି ନେତା ଶ୍ରୀ ଶ୍ରୀରଂଜନ ମଙ୍ଗରାଜଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ଯୁବକସାଥୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ପୋଷ୍ଟମାଷ୍ଟର ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରାଙ୍କଠାରୁ ତ୍ରିରଙ୍ଗା ଗ୍ରହଣ କରିଥିଲେ ।

ଏଥିସହ ସମସ୍ତଙ୍କ ଘରେ ପତାକା ଲଗାଇବା ପାଇଁ ନିଷ୍ପତି ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ଦେବାଶିଷ ମିଶ୍ର, ସିତେଶ ରାୟ, ଭାସ୍କର ପ୍ରଧାନ, ପ୍ରଦୀପ୍ତ ପାତ୍ର, ରଂଜିତ ସାମନ୍ତରାୟ, ପଂଚାନନ ଦାସ, ଦିଲ୍ଲୀପ କୁମାର ରାୟ, ପ୍ରମୋଦ ରଣା, ନିରଞ୍ଜନ ବଳବନ୍ତରାୟ, ବିଘ୍ନେଶ୍ୱର ପରିଡା, ଅଜୟ ବେହେରା, ବାଲୁଙ୍କେଶ୍ୱର ବିଶୋୟୀ, ଲିଙ୍ଗରାଜ ବାରିକ, ପର୍ଶୁରାମ ସାହୁ, ଲିଙ୍ଗରାଜ ସାହୁ, ପୃଥିରାଜ ପଶ୍ଚିମକବାଟ ଏବଂ ଡାକ ବିଭାଗର କର୍ମଚାରୀ ଅଶୋକ କୁମାର ଷଡଙ୍ଗୀ, ନୃସିଂହନାଥ ଦାଶ, ମଧୁସୂଦନ ପୃଷ୍ଟି, କୈଳାସ ଚନ୍ଦ୍ର ମିଶ୍ର ଏବଂ ସୌମ୍ୟରଞ୍ଜନ ରଥ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଗ୍ରହଣ ଥିଲେ ।

Comments (0)
Add Comment