ଘୁମୁସର ବନ ବିଭାଗ ତରଫରୁ “ବିଶ୍ୱ ହସ୍ତୀ ଦିବସ-୨୦୨୩”ପାଳିତ

ଭଞ୍ଜନଗର,LR NEWSତା-୧୨.୮.୨୦୨୩ଆଜି ଭଞ୍ଜନଗର ସହର ପ୍ରାନ୍ତ ବନ ଵିଭାଗୀୟ ” ଲାଲ ସିଂ ନର୍ସରୀ ଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ ତରଫରୁ ମିଳିତ ଭାବେ “ବିଶ୍ୱ ହସ୍ତୀ ଦିବସ-୨୦୨୩” ପାଳିତ ହୋଇ ଯାଇଛି । ଏଥିରେ ନବାଗତ ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ଶ୍ରୀ ଯୁକ୍ତ ବିନୋଦ ଆଚାର୍ଯ୍ୟ (ଓଡିଶା ବନ ସେବା) ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅଧକ୍ଷତା କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ ପୂର୍ଣ ଚନ୍ଦ୍ରତ୍ରିପାଠୀ,ସମ୍ମାନିତ ଅତିଥି ପ୍ରାଧ୍ୟାପକ ଶ୍ରୀ କୃତିବାସ ବିଶ୍ୱାଳ,କାର୍ଯ୍ୟକ୍ରମ ସଂଯୋଜକ ତଥା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶୁଳପାଣି ଶତପଥୀ, ପୂର୍ବତନ ବନାଞ୍ଚଳ ଅଧିକାରୀ ରାଜ୍ୟ ପୁରସ୍କାର ପ୍ରାପ୍ତ ସର୍ପ ପ୍ରେମୀ ଶ୍ରୀ ଅନୁପମ ବାନାର୍ଜୀଙ୍କ ,ସହ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟନାୟକ, ପ୍ରଭାକର ନାୟକଙ୍କ ସମେତ ଉଭୟ ବନ ଖଣ୍ଡର ବନାଞ୍ଚଳ ଅଧିକାରୀ,ବନପାଳ, ବନରକ୍ଷୀ ବୃନ୍ଦ ଯୋଗ ଦେଇଥିଲେ ।

ଏହି ଆଲୋଚନା ସଭାରେ ବନ୍ୟ ହସ୍ତୀଙ୍କ ସାମ୍ପ୍ରତିକ ସମସ୍ୟା, ଖାଦ୍ୟାଭାବ ପ୍ରତିକାର,ସେମାନଙ୍କ ସୁରକ୍ଷା ଓ ଆଧୁନିକ ଡ୍ରନ-କ୍ୟାମେରା ଓ ଇଣ୍ଟରନେଟ ମାଧ୍ୟମରେ ସୁ -ପରିଚାଳନା ଓ ତଥ୍ୟ -ବିନିମୟ ପ୍ରକ୍ରିୟା,ଶିକାରୀଙ୍କ କବଳରୁ କିପରି ଭାବରେ ଏହି ଜାତୀୟ ଐତିହ୍ୟ-ପ୍ରାଣୀ “ହସ୍ତୀ”ଙ୍କୁ ସୁରକ୍ଷା ଦିଆ ଯାଇ ପାରିବ, ଏକଥା ଆମୂଳ ଚୁଳ ଆଲୋଚନା ପୂର୍ବକ ଆବଶ୍ୟକୀୟ ମାର୍ଗଦର୍ଶନ ତଥା ସଚେତନତା ପ୍ରଦାନ କରାଯାଇ ସ୍କୁଲ ପିଲାମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଜାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ବିମ୍ବାଧର ସାହୁ,ଉପ-ବନାଞ୍ଚଳ ଅଧିକାରୀ ଶ୍ରୀ ଅନୀଲ ପଣ୍ଡା,ବନପାଳ ଶ୍ରୀ ବଂଶୀଧର ବିଷୋୟୀ,ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Comments (0)
Add Comment