ତାଲୁକ ଆଇନ ସେବା କମିଟି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

ଖୋର୍ଦ୍ଧାLR NEWS,୫/୬;ତାଲୁକ ଆଇନ ସେବା କମିଟି ପକ୍ଷରୁ ଖୋର୍ଦ୍ଧା କୋର୍ଟ ପରିସରରେ ପରିବାର ଅଦାଲତ ଜଜ ରାଜେଶ କୁମାର ନାୟାରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଦେୱାନି ଜଜ (ମହିଳା କୋର୍ଟ)ଚିନ୍ମୟୀ ରଥ ଯୋଗ ଦେଇ ଆଜିକାର ସମାଜରେ ପରିବେଶ ପ୍ରଦୂଷଣ ହେବା ସହିତ ଅସନ୍ତୁଳିତ ହୋଇପଡିଛି।ଏପରିକି ଚାଷ ଜମି ସଙ୍କୁଚିତ ହେବା ସହ ଜଙ୍ଗଲ ଓ ଚାଷ ଜମିରେ କଂକ୍ରିଟ ରାସ୍ତା ନିର୍ମାଣ ହେବା ସହ ବଡ଼ ବଡ଼ ଅଟାଳିକା ଗଢ଼ିଉଠିଛି।ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇପଡିଛି।

ତେଣୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୃଷ୍ଟି କରାଗଲେ ପରିବେଶ ସନ୍ତୁଳିତ ହୋଇପାରିବ।ବୃକ୍ଷ ରୋପଣ କଲେ ବିଶ୍ୱରେ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବ।ଏପରିକି ଆମର ଆଗାମୀ ପିଢ଼ି ଏହାକୁ ଅନୁକରଣ କରିବା ସହିତ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ।ପରିବେଶକୁ ବଞ୍ଚେଇବାକୁ ହେଲେ ପ୍ଲାଷ୍ଟିକ ବ୍ୟବହାର କରୁଛେ ତାହାକୁ ରୋକି ପାରିଲେ ପରିବେଶ ଏକ ପ୍ରକାର ସନ୍ତୁଳିତ ହେବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି।

ଏହି ଅବସରରେ ଖୋର୍ଦ୍ଧା କୋର୍ଟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର ନାଥ ପାଢ଼ୀ,ଏସଡିଜିଏମ ଜଗଦୀଶ ଚନ୍ଦ୍ର ଜେନା, ସିଜି(ଜେଡି)ପ୍ରଭାତ କୁମାର ସାମଲ,ଜେଏମଏଫ ଲିପ୍ସା ରାଉତଙ୍କ ସମେତ ଆଇନଜୀବୀ ବିକ୍ରମ ଚମ୍ପତି, ପରିବେଶପ୍ରେମୀ ଧନେଶ୍ଵର ଵିଧାର , ପ୍ରଦୀପ ବେହେରା, ଦୀପକ, ରାଧାକାନ୍ତ ରାୟ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲା ସଭାପତି ପ୍ରଭାତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନ୍ମଥ ମିଶ୍ର ଧନ୍ୟବାଦ ଦେଇଥିଲେ।

Comments (0)
Add Comment