ଖୋର୍ଦ୍ଧା LR NEWS : ଆଜି ତା ୦୧/୦୬/୨୩ରିଖ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ବାଧ୍ୟ ହୋଇ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସଙ୍ଘଠନ ଗୋଟିଏ ଛାତ ତଳେ ଏକତ୍ରୀତ ହୋଇ ଏକ ବୃହତ୍ତର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କୁ ଜନ୍ମ ଦେଇଛନ୍ତି l ଏହାର ନିଷ୍ପତ୍ତି କ୍ରମେ ଗତ ଏପ୍ରିଲ ମାସ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟର ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପୂରଣ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମଇ ମାସ ୧ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବ ଙ୍କୁ ପ୍ରଦାନ କରାଯାଇଥିଲା l
ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ମେ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲା ଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା l ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାଜ୍ଯ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ମେ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରାଯିବ ଏବଂ ଏହାସତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ଆସନ୍ତା ୦୧/୦୬/୨୩ ତାରିଖ ଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟି ରେ ଯିବେ ବୋଲି ରାଜ୍ୟ ସ୍ତରୀୟ ମିଳିତ ଅମଲା ମଞ୍ଚ ପୂର୍ବରୁ ରାଜ୍ଯ ସରକାରଙ୍କୁ ଚେତାଇ ଥିଲେ l ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତି କୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି l
ଏହା ଦ୍ଵାରା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମନରେ ବହୁତ ନୈରାଶ୍ୟ ଓ ଅସନ୍ତୋଷ ଦେଖାଦେଇଛି ĺ ଯାହାର ଫଳ ସ୍ୱରୁପ ଆଜି ତା ୧.୬.୨୦୨୩ ଏକ ବିଶାଳକାୟ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଗଲା । ଜିଲ୍ଲା ର ପ୍ରାୟ ୧୪୦୦ ଶହ ଅମଲା ଏବଂ ରାଜ୍ୟ ର ପ୍ରାୟ ୪୦୦୦୦୦ ହଜାର ଅମଲା ଆଜି ଠାରୁ ସମୁହ ଛୁଟିରେ l ଏହାର ପରିଣାମ ସ୍ବରୂପ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି l ଏଥିପାଇଁ ରାଜ୍ଯ ସରକାର ହିଁ ଦାୟୀ ରହିବେ ବୋଲି ରାଜ୍ୟ ମିଳିତ ମଞ୍ଚ ର ଅଧ୍ୟକ୍ଷ ଶ୍ରୀ ନାରାୟଣ ଦାଶ ପ୍ରକାଶ କରିଛନ୍ତି l ଏଠାରେ ପ୍ରକାଶ କରା ଯାଇ ପାରେ ଯେ, ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘ ମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି l କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି l