ସପ୍ତ ଦିବସୀୟ ପ୍ରବଚନ କାର୍ଯକ୍ରମ ଉଦଯାପିତ।

ଖୋର୍ଦ୍ଧା LR NEWS ( ୦୫/୦୫/୨୩) ସପ୍ତ ଦିବସୀୟ ପ୍ରବଚନ କାର୍ଯକ୍ରମ ଉଦଯାପିତ ।ଜୟୀ ରାଜଗୁରୁ ଟାଉନ ହଲ୍ ରେ ଚାଲିଥିବା ପୂଜନୀୟା ରାସେଶ୍ଵରୀ ଦେବୀଜୀଙ୍କ ଦ୍ବାରା ସପ୍ତ ଦିବସୀୟ ଦାର୍ଶନିକ ପ୍ରବଚନ କାର୍ଯକ୍ରମ ର ଆଜି ସମାପ୍ତି ଘଟିଛି। ଏହି କାର୍ଯକ୍ରମ ର ଉଦଯାପନୀ ସନ୍ଧ୍ୟାରେ ପୂର୍ବ ଦିନ ମାନଙ୍କ ତୁଳନାରେ ଶ୍ରଦ୍ଧାଳୁ ମାନଙ୍କ ର ବେଶ ଭିଡ ହୋଇଥିଲା। ଗତ ୭ ଦିନ ଧରି ଏହି ପ୍ରବଚନ ଶୃଙ୍ଖଳା ର ଶେଷ ସନ୍ଧ୍ୟାରେ ଶ୍ରୋତା ମାନଙ୍କ ଉଦ୍ଦେଶ୍ୟ ରେ ଦେବୀ ଜୀ କହିଥିଲେ ଯେ ବେଦ-ଶାସ୍ତ୍ର ରେ ଭଗବତ ପ୍ରାପ୍ତି ର ବିଭିନ୍ନ ଉପାୟ ବା ମାର୍ଗ ଲେଖା ଯାଇଥିଲେ ବି ଭକ୍ତି ମାର୍ଗ ହେଉଛି ସର୍ବ ସୁଗମ ଏବଂ ସର୍ବ ସୁଲଭ। ଭକ୍ତ ର ଭକ୍ତି ଅଥବା ପ୍ରେମ ରେ ହିଁ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ଆମ ମାନଙ୍କ ମନରେ ସାଧାରଣ ଭାବେ ପ୍ରଶ୍ନ ଉଠିଥାଏ ଯେ ସଂସାର ର ସବୁ କର୍ତ୍ତବ୍ୟ କରିବା ସହିତ ଭକ୍ତି କିପରି କରି ହେବ ବା ଭକ୍ତି ମାର୍ଗରେ ଜଣେ କିପରି ଭାବେ ଆଗେଇ ପାରିବ? ଏହାର ସରଳ ସମାଧାନ ରେ ବିଭିନ୍ନ ପ୍ରକାର ର ଉଦାହରଣ ଦେଇ ପୂଜନୀୟା ଦେବୀ ଜୀ କହିଥିଲେ ଯେ ଭଗବାନ କେବେ ବି ଆମମାନଙ୍କ ଶରୀର ବା ଶାରୀରିକ କ୍ରିୟା କର୍ମ କୁ ଦେଖନ୍ତି ନାହିଁ, ସିଏ କେବଳ ଆମ ମନ ର ଶ୍ରଦ୍ଧା ବା ଭକ୍ତି ଭାବ କୁ ହିଁ ଦେଖି ଥାନ୍ତି। ସେଥିପାଇଁ ଆମେ ଶରୀର ଦ୍ବାରା ସଂସାର ପାଇଁ କର୍ତ୍ତବ୍ୟ ଏବଂ ମନ ରେ ଭଗବାନ ଙ୍କ ଭକ୍ତି କରିବା ଉଚିତ।

ପ୍ରତିଟି ଯୁଗ ରେ ସେହି ଯୁଗ ଅନୁସାରେ ଯୁଗ-ଧର୍ମ ନିର୍ଦ୍ଧାରିତ କରା ଯାଇଅଛି । ସତ୍ୟ ଯୁଗ ରେ “ଧ୍ୟାନ” , ତ୍ରେତା ଯୁଗ ରେ “ଯଜ୍ଞ” ଏବଂ ଦ୍ଵାପର ଯୁଗ ରେ “ପୂଜା”। କଳିଯୁଗ ର ଯୁଗ-ଧର୍ମ ହେଉଛି “ନାମ ସଂକୀର୍ତନ”। କାର୍ଯକ୍ରମ ର କର୍ମକର୍ତା ମାନେ ଜଣାଇଛନ୍ତି ଯେ ଆଗାମୀ ୬ ଏବଂ ୭ ତାରିଖ ପୂଜନୀୟା ଦେବୀ ଜୀ ଖୋର୍ଦ୍ଧା ରେ ଅବସ୍ଥାନ କରିବେ ଏବଂ ଏହି ଦୁଇ ଦିନ ନିଜର ଉପସ୍ଥିତି ରେ ପ୍ରକୃତ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ନାମ ସଂକୀର୍ତନ ର ବ୍ୟବହାରିକ ପ୍ରୟୋଗ ବିଷୟ ରେ ଅବଗତ କରାଇବେ।ଆଜିର ଏହି ଉଦଯାପନୀ ସନ୍ଧ୍ୟା ରେ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯକ୍ରମ ଶେଷରେ ମଞ୍ଚାସୀନ ଦେବୀ ଜୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ଏହି ୭ ଦିନ ର କାର୍ଯକ୍ରମ ରେ ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ମନରେ ଭକ୍ତି ର ଧାରା ଉପୁଯାଇବା ନେଇ ବିଶେଷ ଭାବେ ଶ୍ରଦ୍ଧା ଯୁକ୍ତ ଧନ୍ୟବାଦ ଜଣାଇଥିଲେ। ସ୍ଥାନୀୟ ବିଧାୟକ ଶ୍ରୀ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ମମତା ଦେ , ଖୋର୍ଦ୍ଧା ଉପ ପୌର ପାଳକ ସୌର୍ୟ ରଞ୍ଜନ ମହାନ୍ତି , ସ୍ଥାନୀୟ ତହସିଲଦାର ଶ୍ରୀ ବିଭାଶ ରଞ୍ଜନ ପାଣିଗ୍ରାହୀ , ଟାଙ୍ଗୀ ବ୍ଲକ ର ଚେୟାରମ୍ୟାନ ଋଷନା ମାନଧାତା, ଖୋର୍ଦ୍ଧା ବ୍ଲକ ଚେୟାରମ୍ୟାନ ଶ୍ରୀମୟୀ ପ୍ରିୟ ଦର୍ଶିନୀ , ଖୋର୍ଦ୍ଧା ବ୍ଲକ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧି ତନୟା ମହାନ୍ତି , ନୟାଗଡ଼ ର ଅତିରିକ୍ତ ପୁଲିସ ଅଧିକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, BMC ଟାଉନ ପ୍ଲାନର୍ ଡକ୍ଟର ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଏବଂ ବ୍ରଜ ଗୋପିକା ସେବା ମିଶନ ର ସ୍ଥାନୀୟ ସଂଯୋଜକ ଶ୍ରୀ ଦୁର୍ଯୋଧନ ସାହୁ, ତାପଙ୍ଗ ଦଳବେହେରା ସ୍ମୃତି ସଂସଦ ସଂଘର ଉପସଭାପତି ଶ୍ରୀ ଶ୍ରିରଞ୍ଜନ ମଙ୍ଗରାଜ, କୋଣାର୍କ ନଗର ବିକାଶ ପରିଷଦର ସଭାପତି ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ, କଣ୍ଠଶିଳ୍ପୀ ମାଧବ ମହାରଣା ପୂଜନୀୟା ଦେବୀଜୀ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।

Comments (0)
Add Comment