ଖୋର୍ଦ୍ଧା(LR NEWS ୧୬/୦୪/୨୩) ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ କିନ୍ତୁ ପରିତପର ବିଷୟ, ଜନ ସାଧାରଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀ ମାନେ ସରକାରୀ ଅବହେଳାର ଚରମ ଶିକାର । ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲା ମାନଙ୍କୁ ନେଇ ଗଠନ କରାଯାଇ ଅଛି । ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ, ପ୍ରଭୃତି ବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲା ମାନଙ୍କ ନ୍ୟାଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି । ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦେଶ କ୍ରମେ ଆଜି ଖୋର୍ଦ୍ଧା DRDA ସମିଳନୀ କକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲାର ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ।
ଉକ୍ତ ସଭାରେ ଶ୍ରୀ ନାରାୟଣ ଦାଶ ରାଜ୍ୟ ମିଳିତ ଅମଲା ମଞ୍ଚର ଅଧକ୍ଷ୍ୟ ଉପସ୍ଥିତ ରହି ଉକ୍ତ ସଭାକୁ ସମ୍ବୋଧିତ କରିଥିଲେ । ଶାସନ ବ୍ୟବସ୍ତା ମଧ୍ୟରେ ଜିଲ୍ଲା ସ୍ତରୀୟ ଅମଲା ମାନେ କିଭଳି ନିର୍ଜ୍ୟ।ତିତ ଭାବେ କ।ଳ।ତିପାତ କରୁଛନ୍ତି ତାହାକୁ ଉଦାହରଣ ମାଧ୍ୟମରେ ବୁଝାଇବା ସହିତ କନିଷ୍ଠ ସହାୟକ ମାନଙ୍କର ଦରମା Level-9 ନହେବା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ସେମାନକର ଦାବୀକୁ ଶାଣିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏବୋଂ ସମସ୍ତେ ଏକତ୍ରିତ ହୋଇ ଆମର ନ୍ୟାଯ୍ୟ ଦାବୀକୁ ହାସଲ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ । ଏହି ବୈଠକରେ ଅଂସ ଗ୍ରହଣ କରି ଓଡିଶା ଅମଲା ସଂଘର ସଭାପତି, ଶ୍ରୀ ସର୍ବେଶ୍ଵର ସାହୁ, ସାଧାରଣ ସମ୍ପାଦକ, ଅଶୋକ କୁମାର ପଣ୍ଡା ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି, ଶ୍ରୀ ତ୍ରିନାଥ ଦଳେଇ ସାଧାରଣ ସମ୍ପାଦକ, ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘର ସାଧାରଣ ସମ୍ପାଦକ, ଶ୍ରୀ ଗୋବର୍ଦ୍ଧନ ପରିଡା ଓଡିଶା ଉପନିବନ୍ଧକ ଅମଲା ସଂଘର ଶ୍ରୀ ବିକ୍ରମ ପୃଷ୍ଟୀ, ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ କରାଯାଇ ମିଳିତ ଭାବେ ସମସ୍ତ ଅମଲା ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦେଶ କୁ ଅକ୍ଷ୍ୟରେ ଅକ୍ଷ୍ୟରେ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା Level-9 କୁ ଉନ୍ନୀତ କରିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ ଏବୋଂ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ।
ସର୍ବସମତି କ୍ରମେ ଶ୍ରୀ ଅଶୋକ କୁମାର ପଣ୍ଡା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଖୋର୍ଦ୍ଧା ଜିଲ୍ଲାର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ନିସଙ୍କ ଆବାହକ ଭାବେ ନିର୍ବାଚିତ ହେଲେ । ପରବର୍ତୀ ପଦକ୍ଷେପ ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ନିଆଯିବା ପାଇଁ ନିସ୍ପତି ଗ୍ରହଣ କରାଗଲା ।