ଓଡିଶା ବନ ଉନ୍ନୟନ ନିଗମ ଦ୍ୱାରା ଶିକ୍ଷାର୍ଥୀଙ୍କୁ ୟୁନିଫର୍ମ ବଣ୍ଟନ।

ବ୍ରହ୍ମପୁର LR NEWS ତା ୨୧.୦୩.୨୩ରିଖ ଦିନ ସ୍ଥାନୀୟ ଓଡ଼ିଶା ବନ-ଉନ୍ନୟନ ନିଗମ ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଗୋବିନ୍ଦପୁର ଠାରେ ସ୍କୁଲ ପିଲାମାନଙ୍କୁ  ମାଗଣା ୟୁନିଫର୍ମ ପୋଷାକ ପତ୍ର ତଥା ସ୍କୁଲ ବ୍ୟାଗ,ଜୋତା,ପାଣି ବୋତଲ ଇତ୍ୟାଦି ବଣ୍ଟନ କରାଯାଇଛି । CSR ପାଣ୍ଠି ସହାୟତାରେ ଏହି ପ୍ରୋତ୍ସାହନ ବ୍ୟବସ୍ଥାକୁ ସଫଳ ଓ ସମୟପଯୋଗୀ ପୂର୍ବକ କାର୍ଯ୍ୟକାରୀ କରିଛନ୍ତି ବନ-ଉନ୍ନୟନ ନିଗମର ମୁଖ୍ୟ ପରିଚାଳକ  ତଥା ବରିଷ୍ଠ ଓଡ଼ିଶା ବନ ସେବା ଅଧିକାରୀ ଶ୍ରୀ ଶଙ୍କର୍ଷଣ ବେହେରା । ଏହି ପଦକ୍ଷେପ ନେବାରେ ସେ ଅଗ୍ରଣୀ  ଓ  ଏହା ସର୍ବ ପ୍ରଥମ ବୋଲି ସୂଚନା ପ୍ରାପ୍ତ ହୋଇଛି ।

  

ଏହିଭଳି ଅନୁରୂପ ଭାବେ ଆଗାମୀ 26 ତାରିଖରେ ଅନ୍ୟ ଏକ ଆଶ୍ରମ ସ୍କୁଲରେ  ୟୁନିଫର୍ମ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବକ ଅଧିକରୁ ଅଧିକ  ଛାତ୍ରଛାତ୍ରୀ ସରକାରୀ ସ୍ତରୀୟ  ବିଦ୍ୟାଳୟକୁ ଆସି  ନିଷ୍ଠାପର ସହ ପାଠ ପଢିବା ପାଇଁ ଉତ୍ସାହିତ କରାଯିବାର ପ୍ରସ୍ତାବ ରହିଛି ।

 

 ଶିଶୁ କିଶୋର ଶିକ୍ଷା ହେଉଛି ସଭ୍ୟତା ପ୍ରଗତିର ମାପ କାଠି ଆଉ ମାନବ ସମ୍ବଳ ବିକାଶର ପ୍ରତୀକ । ଏଇ ମର୍ମରେ ଉପସ୍ଥିତ ସ୍କୁଲ ସଭାପତି,  ବ୍ରହ୍ମପୁର ବନ  ନିଗମ କାର୍ଯ୍ୟ।ଳୟର  ମୁଖ୍ୟ ପରିଚାଳକ ଓ ଉଭୟ ମୋହନା ଓ ଵ୍ରହ୍ମପୁର ସବ୍ ଡିଭିଜନର ଉପ-ପରିଚାଳନା ଅଧିକାରୀ ପ୍ରମୁଖ  ନିଜ ନିଜ ବକ୍ତବ୍ୟ ରଖି ଥିଲେ ।କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ  ସମ୍ମିଳିତ ସହଯୋଗରେ ଏହି ଵିଭାଗୀୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।

         

ଆଗାମୀ ୨୪ ତାରିଖରେ ଏହି ବନ-ନିଗମ ତରଫରୁ ମଧ୍ୟ ଏକ ସ୍ବାସ୍ଥ୍ୟ-ଚିକିତ୍ସା କ୍ୟାମ୍ପ ଆୟୋଜିତ କରାଯାଇ ରୋଗୀ ସେବା ତଥା ମାଗଣା ଔଷଧପତ୍ର ବିତରଣ କରାଯିବ ବୋଲି ଶ୍ରୀ ବେହେରାଙ୍କ ଠାରୁ ପ୍ରକାଶ ।

#
Comments (0)
Add Comment