ଭୁସୁଣ୍ଡପୁର ଆଦର୍ଶ ଗ୍ରାମ ପଞ୍ଚାୟତ ରେ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

ଖୋର୍ଦ୍ଧା LR NEWS ( ୨୬/୦୨/୨୩)- ଟାଙ୍ଗୀ ଭୁସୁଣ୍ଡପୁର ଆଦର୍ଶ ଗ୍ରାମ ପଞ୍ଚାୟତ ରେ ମତ୍ସ୍ୟଜିବୀ ଏବଂ ବରିଷ୍ଠ ନାଗରିକ , ସହିତ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା, ଜଙ୍ଗଲରେ ନିଆଁ କିପରି ଲାଗିବ ନାହିଁ ଏବଂ ଜଙ୍ଗଲ ସୁରକ୍ଷା ଓ ଆମ ପରିବେଶ ଆମରି ହାତେ ସଚେତନତା କାର୍ଯ୍ୟକ୍ରମ ରେ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଚୁଡ଼ାରାଣୀ ମୂର୍ମୁ ଙ୍କ ଅଧ୍ୟକ୍ଷତା କରିଥବା ବେଳେ , ମୂଖ୍ୟ ଅତିଥି ଭାବେ ଭୂଷଣ୍ଡପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସୌରଭ କୁମାର ଦାସ ମହାପାତ୍ର, ଉପଖଣ୍ଡ ଅଵ୍ୟତାନିକ ବନ୍ୟ ପ୍ରାଣୀ ତତ୍ତ୍ୱବ ଧାରକ ଶ୍ରୀଯୁକ୍ତ ଧନେଶ୍ଵର ବିଧାର ସଚେତନତା ବାର୍ତ୍ତା ଦେଇ ଥିବା ବେଳେ , ସମ୍ମାନ ଅତିଥି ଭାବେ ପ୍ରହାଲାଦ ବାରିକ, ଉଦଳା ଗୋପୀନାଥ ପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଏବଂ ଅନ୍ୟମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l

ବନ ସୁରକ୍ଷା ଏବଂ ବନଗ୍ନି ପ୍ରଶମନ ବାବଦରେ ଆଲୋଚନା ହେବାପରେ ଭୂଷଣ୍ଡପୂର ବନପାଳ ସମସ୍ତଙ୍କୁ ଧନ୍ୟବାଦ ବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l , ଆଶାକର୍ମୀ , ମତ୍ସ୍ୟ ଜିବୀ ଏଵଂ ଆଇନିଜୀବି ମାନେ ନିଜର ମତାମତ ମାଧ୍ୟମରେ ଆଲୋଚନାକୁ ଆଗକୁ ଆଗକୁ ନେବାରେ ସହଯୋଗ କରିଥିବା ବେଳେ ଅଗାମି ଦିନରେ ସଚେତନ ବାର୍ତ୍ତା ପ୍ରେରଣ କରିବା ସାଥେ ସାଥେ ଚାରା ତୋପଣ କରିବା ଏବଂ ଚିଲିକା କୁଳ ବନ୍ଧ ରେ ବୃକ୍ଷ ଗୁଡିକର ଯତ୍ନ ନେବାକୁ ସ୍ଥିର କରିଛନ୍ତି l

Comments (0)
Add Comment