ଖୋର୍ଦ୍ଧା ଲୋକେଶ୍ୱରଦେବ ଶୈବ ପୀଠ ରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି।

ଖୋର୍ଦ୍ଧାLR NEWS (୧୮/୦୨/୨୩)- ଖୋର୍ଦ୍ଧା ଲୋକେଶ୍ୱର ଦେବ ଶୈବ ପୀଠ ରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି । ୨ ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହ ଜାଗରଯାତ୍ରା ପାଳିତ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।ପୀଠରେ ଜାଗରଯାତ୍ରା ପାଇଁ ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଶୈବ ପୀଠ ରେ।

ମହାପ୍ରଭୁ ଲୋକେଶ୍ଵରଦେବ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭୋର ୫ଟାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ହର ହର ମହାଦେବ, ଜଟିଆ ବାବା ପାର କରେଗା ଧ୍ୱନିରେ ଲୋକେଶ୍ୱର୍ ଦେବ ପୀଠ ପ୍ରକମ୍ପିତ ହେଉଛି। ଚଳିତବର୍ଷ ଅଧିକ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତମାନେ ମନ୍ଦିର ପରିସରରେ ମାନସିକ କରି ଦୀପ ଜଳାଉଥିବାରୁ ପୀଠ ଦୀପମୟ ହୋଇଯାଇଛି। ଦିନରେ ଠାକୁରଙ୍କ ନୀତିକାନ୍ତି ପରେ ସନ୍ଧ୍ୟା ପରଠାରୁ ରାତିରେ ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ରାଜଦର୍ଶନ, ସ୍ବର୍ଣ୍ଣ ଅଳଙ୍କାରରେ ବେଶ, ରୁଦ୍ରାଭିଷେକ ଏବଂ ରାତି ୧୦ଟା ରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ।ଚଳିତବର୍ଷ ଭକ୍ତଙ୍କ ସୁବିଧା ପାଇଁ ରାସ୍ତା ସମ୍ପୂର୍ଣ୍ଣ ଆଲୋକୀକରଣ, ପାହାଚ ରାସ୍ତାକୁ ସଫାସୁତରା ଓ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ , ଏସ୍‌ପି ସିଦ୍ଧାର୍ଥ କଟାରିଆ ସମସ୍ତ ନିତିକାନ୍ତି ଓ ଆଇନଶୃଙ୍ଗଳା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ମୁଖ୍ୟ ମନ୍ଦିର ସମେତ ଅନ୍ୟ ମନ୍ଦିରଗୁଡିକୁ ରଙ୍ଗିନ ଆଲୋକମାଳାରେ ସଜ୍ଜା ଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ବ୍ୟବସ୍ଥିତ କରାଯାଇଛି। ଏହି ଅବସରରେ news7 ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଲୋହିତ ନାରାୟଣ ମହାପାତ୍ର ଏବଂ ତାଙ୍କର ଟିମ୍ ଲୋକେଶ୍ୱର ମନ୍ଦିର ରୁ ଶିବରାତ୍ରି ନିୟୁଜ କରିଥିଲେ। ଯାହାକୁ ଶ୍ରଦ୍ଧାଳୁ ଓ ଦର୍ଶକ ସିଧା ସଳଖ tv ରେ ଦେଖିପାରୁଥିଲେ। ମନ୍ଦିର କମିଟି ର ସମସ୍ତ ସଭ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏଠାରେ ସହଯୋଗ କରିଛନ୍ତି।

Comments (0)
Add Comment