ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ସଚିବଙ୍କ ଉଦେଶ୍ୟରେ ଦୁଇ ଦଫା ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଲେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ,ଖୋର୍ଦ୍ଧା

ଖୋର୍ଦ୍ଧା:(LR NEWS୧୩/୦୨/୨୩) ଖୋର୍ଦ୍ଧା -ଦୁଇ ଦଫା ଦାବି ପୂରଣ ଯଥା ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ କରିବା ସହ ୬ ଗୋଟି ନୋସ୍ନାଲ୍ ଇନ୍କ୍ରିମେଣ୍ଟ୍ ପ୍ରଦାନ କରିବା ଓ ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ସମସ୍ତ ହାଇସ୍କୁଲ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟ୍ୟମିକ ଶିକ୍ଷକ ସଙ୍ଘ|
ଉକ୍ତ ଦାବି ପୂରଣ ନେଇ କିଛି ଦିନ ପୂର୍ବରୁ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଦୀର୍ଘ 17 ଦିନ ଆନ୍ଦୋଳନରେ ବସିଥିଲେ|ସରକାର ପ୍ରତିଶୃତି ଦେବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।

ପ୍ରତିଶୃତି ମିଳିବାର 1 ମାସ ସମୟ ବିତିଯାଇଥିଲେ ମଧ୍ୟ ସରକାର ଏବେ ଯାଏଁ ସେହି ଦୁଇ ଗୋଟି ଦାବିକୁ ପୂରଣ କରିନାହାନ୍ତି|ତେଣୁ ସରକାରଙ୍କୁ ଆଉଥରେ ଜାଗ୍ରତ କରିବାପାଇଁ ଦାବିପତ୍ର ପ୍ରଦାନ କରାଯାଇଛି|ଏହାପରେ ଯଦି ସରକାର ଏହି ଦୁଇଟି ଦାବିକୁ ପୂରଣ ନକରନ୍ତି ତାହେଲେ ଆସନ୍ତା 15 ତାରିଖରେ ଜିଲ୍ଲାର ସମସ୍ତ ବିଧାୟକ/ମନ୍ତ୍ରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ|ଏହା ପରେ ଯଦି ସରକାର କୌଣସି ନିଷ୍ପତି ଗ୍ରହଣ ନକରନ୍ତି ତାହେଲେ ଆସନ୍ତା ବିଧାନସଭାରେ ଜିଲ୍ଲା ସଙ୍ଘ ରାଜ୍ୟ ସଙ୍ଘର ସହଯୋଗୀତାରେ ରାଜରାସ୍ତାକୁ ଓଲ୍ହେଇବା ବୋଲି ଜିଲ୍ଲା ସଙ୍ଘର ସଭାପତି ନିରଞ୍ଜନ ସାହୁ,ଆବାହକ ସାଧାରଣ ସଂପାଦକ ପ୍ରବୀର ମୋହନ ପଣ୍ଡା,ଜୋନାଲ ସମ୍ପାଦକ ଇପ୍ସିତା ରାଉଳ,ଉପଦେଷ୍ଟା-ସନ୍ତୋଷ ସାହୁ, ଶ୍ରୀ ସାଂଗଠନିକ ସମ୍ପାଦକ ମାନସ ସେଠି ଓ ପିଣ୍ଟୁ ବେହେରା,ସାମୁଏଲ ଗମାଙ୍ଗ, ଅଜୟ ନିଷଙ୍କ ଆଦି ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତିI

Comments (0)
Add Comment