ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ କାଳଷଣ୍ଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘରର ଏକ ଷ୍ଟାଣ୍ଡ ଫେନ୍ ସଂସ୍ପର୍ଶରେ ଆସି ବିବାହିତ ମହିଳା ମାମୁନି ସ୍ବାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ସଂଜ୍ଞାହୀନ ଅବସ୍ଥାରେ ଘରେ ପଡି ରହିଥିବା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଜାଣିବା ପରେ ଆସିକା ପୋଲିସ ଆସିକା ମେଡିକାଲ ଠାରେ ପହଞ୍ଚି ମୃତ ଶବକୁ ଜବତ କରି ତଦନ୍ତ ପ୍ରକ୍ରିୟା ଜାରି କରି ବ୍ୟବଛେଦ ଲାଗି ପଠାଇଛି ।

Comments (0)
Add Comment