ବ୍ରହ୍ମପୁର ( LR NEWSଟୁକୁନା ପ୍ରଧାନ, ୦୨.୦୬.୨୦୨୧)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ନରସିଂହ ପଲ୍ଲି ଗ୍ରାମର ନନ୍ଦିତା ପାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ ।ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଚାରି ଲକ୍ଷ ଟଙ୍କା ସରକାରୀ ସହାୟତା ରାଶି ଯୋଗାଇ ଦେବା ପାଇଁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତହସିଲଦାର ଙ୍କ ସହ ଆଲୋଚନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।