ଅଲାଡିଗାଁ ରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରୀ।

ବ୍ରହ୍ମପୁର (LR NEWSଟୁକୁନା ପ୍ରଧାନ, ୨୯.୦୫.୨୦୨୧)-: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅଲାଡିଗାଁ ତେଲି ସାହି ର ରଞ୍ଜନ କୁମାର ମହାନ୍ତି ଙ୍କ ଘର ବାରି ପଟ କବାଟ ଖୋଲି, ଗତ କାଲି ବିଳମ୍ବିତ ରାତିରେ ଆଲମିରା ଲକ୍ ଖୋଲି ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ସହ ୨ ଗୋଟି ପତିଲି ମାଳି, ଗୋଟିଏ ମଙ୍ଗଳ ସୂତ୍ର, ୫ ଗୋଟି ମୁଦି , ୮ ଗୋଟି କାନର, ଗୋଟିଏ ଖାସୁ ମାଳ, ଏକ ହଳ, କାନ ଫୁଲ, ଏକ ହଳ କାନର ଝିଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଲୁଟ୍ କରି ଅଜଣା ଦୃବର୍ତ୍ତମାନେ ଚମ୍ପଟ ମାରିଛନ୍ତି । ଘଟଣାରୁ ପ୍ରକାଶ ଯେ ରଞ୍ଜନ ଏବଂ ତାଙ୍କ ପରିବାର ବର୍ଗ ରାତ୍ରି ଭୋଜି ସାରି ଶୋଇଥିଲେ । ହଟାତ୍ ଭୋରୁ ଉଠି ଦେଖିଲା ବେଳକୁ ବାରି ପଟ କବାଟ ଖୋଲା ଅଛି ବହୁ ଲୁଗାପଟା ଏପଟସେପଟ ହୋଇ ପଡିଛି ଏବଂ ଆଲମିରା ଲକ୍ ଖୋଲା ଅଛି ଏବଂ ସୁନା ଗହଣା ସହ ଟଙ୍କା ଖାଲି । ଏ ନେଇ ଆଜି ରଞ୍ଜନ ପୁରୁଷୋତ୍ତମ ଥାନାରେ ଏକ ଲିଖିତ ଏତଲା ଦାଏର କରିଛନ୍ତି । ପୋଲିସ ଆସି ଅନୁସନ୍ଧାନ କରିଥିବା ମଧ୍ଯ ସୂଚନା ମିଳିଛି । ଦେଖାଯାଉ ଦୃବର୍ତ୍ତ ମାନଙ୍କୁ ଧରିବା ରେ ପୁରୁଷୋତ୍ତମ ପୋଲିସ କେବେ ସଫଳତା ଲାଭ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment