ଗଞ୍ଜାମ (LR NEWS) ସରକାରୀ କର୍ମଚାରୀ ଭାବେ ନିଜ କାର୍ଯ୍ୟ ଆରମ୍ଭ କରି କର୍ମଚାରୀମାନଙ୍କ ତଥା ଶ୍ରମିକ ମାନକ ହକ ପାଇଁ ଅହ ରହ ସଂଗ୍ରାମ ତଥା ସରକାରଙ୍କ ନିକଟରେ ସଠିକ୍ ଦାବି ଉପସ୍ଥାପନା କରି ସେମାନଙ୍କୁ ନ୍ୟାଯ୍ୟ ସଙ୍ଗତ ସମ୍ମାନ ଦେବାରେ ଶ୍ରୀ ବୃନ୍ଦାବନ ସାବତ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ରାଜ୍ୟ ସଭାପତି, ଓଡ଼ିଶା ରାଜ୍ୟ ଅଣ ଗଜେଟେଡ କର୍ମଚାରୀ ସମ୍ମନ୍ଵୟ ସମିତି (ଏନ୍ ଜି ଓ )ର ରାଜ୍ୟ ସଭାପତି, ଗଞ୍ଜାମ ଜିଲ୍ଲା ଓଭର୍ଶିଅର ସଂଘ ର ସଭାପତି ଅବସର ପରେ ଭାରତୀୟ ମଜଦୂର ସଂଘର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ନେଇ ଅଙ୍ଗନୱାଡ଼ି ଦିଦି ଆଶା କର୍ମୀ ମାନକ ବେତନ ବୃଦ୍ଧି ଓ ତାଙ୍କୁ ଉଚିତ୍ ସମ୍ମାନ ପାଇଁ ରାଜରାସ୍ତାରେ ଦିବାରାତ୍ର ଆନ୍ଦୋଳନ କରି ଏକ ଆଲୋଡନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ଶେଷ ସମୟ ଯାଏଁ ନିଜ କର୍ମମୟ ଜୀବନ ରେ ସେ ନିଜକୁ ସମାଜ କାମରେ ନିଜକୁ ସମର୍ପି ଦେଇଥିଲେ।
ସେ ବ୍ରହ୍ମପୁର ଜଳ ସମସ୍ୟା ପାଇଁ ପୋଷ୍ଟ କାଡ ଆନ୍ଦୋଳନ, ବ୍ରହ୍ମପୁର ରେ ଜନସଂଖ୍ୟା ଦୃଷ୍ଟିରୁ ଏକ passenger halt ହାଲ୍ଟ ନିର୍ମାଣ ପାଇଁ ବାରମ୍ବାର ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ବଜେଟ ସମୟରେ ଚେତେଇ ବା କାମ କରିବା ସହ ଏହା ଯଥୋଚିତ ଦର୍ଶାଇ ପୀୟୂଷ ଗୋୟଲ ଙ୍କୁ ଅବଗତ କରାଇବା ପାଇଁ ସଂଗଠିତ ଟିମ୍ କୁ ପଠାଇଥିଲେ। ଖାଲି ସେତିକି ନୁହଁ , ବ୍ରହ୍ମପୁର ରେ ବ୍ରାହ୍ମଣ ପିଲାମାନଙ୍କୁ ବେଦଧ୍ୟାନ ପାଇଁ ବେଦ ପାଠସାଲା ପ୍ରତିଷ୍ଠା ପାଇଁ ମୂଳଦୁଆ ପକାଇଥିଲେ ଯାହା ଆଜି ଏକ ମହାଦ୍ରୁମ ରେ ପରିଣତ ହୋଇଛି* ସେହିପରି ଗଜପତି ନଗର ଶିଶୁ ମନ୍ଦିର ରେ ସଭାପତି ରହିଥିଲେ ଶ୍ରୀ ସାବତ ସେହିପରି ଶ୍ରୀ ସାବତ ତାରାତାରିଣୀ, ଭୈରବୀ,ସକଲେଶ୍ୱର ଆଙ୍କୁଲି ଭଳି ବିଭିନ୍ନ ଦେବାନୁଷ୍ଠାନ ସହ ସଂଶ୍ଳି୍ଟ ରହି ତାର ଉନ୍ନତି, ସହରରେ ବୃକ୍ଷରୋପଣ, କିଆ ଫୁଲ ଚାଷୀ ସଂଗଠନ ର ମାର୍ଗଦର୍ଶକ ରହିଥିଲେ।
ଏକାଧାରରେ ସେ ଜଣେ କର୍ମନିଷ୍ଠ , ସମୟନୁବର୍ତ୍ତି ତଥା ପରିଶ୍ରମୀ, ସୁଲେଖକ, ସୁବକ୍ତା ଭାବେ ପରିଚିତ ଥିଲେ। ହରେକୃଷ୍ଣ ମହତାବ, ବିଜୁବାବୁ, ନଦିନୀ ଶତପଥୀ, ଜାନକୀ ବାବୁ,ବିନାୟକ ଆଚାର୍ଯ୍ୟ, ଙ୍କ ଭଳି ବ୍ୟକ୍ତିତ୍ଵ ଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ କର୍ମଚାରୀ ଙ୍କ ସର୍ବ ସମାଧାନ ର ସୂତ୍ରଧର ଓ ଶ୍ରମିକ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।ତାଙ୍କ ଅବର୍ତ୍ତମାନରେ ରାଜ୍ୟ ବ୍ୟାପୀ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବ୍ରହ୍ମପୁରବସୀ ତାଙ୍କୁ ଝୁରୁଛନ୍ତି। ୨୦୨୦ ମସିହା ମାର୍ଚ୍ଚ ୨୨ ତାରିଖରେ ଯେଉଁ ଦିନ ସାରା ଦେଶରେ ରେ କର୍ଫ୍ୟୁ ଲାଗିଥିଲା ସେ ସମସ୍ତ ଙ୍କୁ ଚାଡ଼ି ସ୍ଵର୍ଗାରୋହଣ କରିଲେ। ତାଙ୍କରି ୧ମା ଶ୍ରାଦ୍ଧ ବାର୍ଷିକୀ ରେ ବହୁ କର୍ମଚାରୀ ନେତା, ସମାଜସେବୀ ସାହିତିକ ଓ ସାମ୍ବାଦିକ ଭାଇ ଯୋଗଦାନ କରି ତାଙ୍କ ସ୍ମୃତି ଚାରଣ କରିବା ସହ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ବ୍ୟକ୍ତ କରିଛନ୍ତି। ତାଙ୍କୁ ଅନେକ ଓଜଶ୍ଵି ସମ୍ମାନ ମିଳିଛି। ତନ୍ମଧ୍ୟରୁ ଓଡ଼ିଶା ରାଜ୍ୟ ଅଣ ଗଜେଟେଡ କର୍ମଚାରୀ ସମ୍ମନ୍ଵୟ ସମିତି (ଏନ୍ ଜି ଓ )ର *କର୍ମବୀର* ସମ୍ମାନ ,*ପତିତପାବନ ସମ୍ମାନ*, *ପ୍ରକୃତିବନ୍ଧୁ ସମ୍ମାନ*, *କୃଷି ଓଭରଶିୟର ସଂଘ ପକ୍ଷରୁ *ବିଶେଷ ବ୍ୟକ୍ତିତ୍ଵ* ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ଏଭଳି ବ୍ୟକ୍ତିତ୍ଵ ଅଧୁନା ସମାଜ ପାଇଁ ମହାଦୂର୍ଲଭ। ଏହି କାର୍ଯ୍ୟକ୍ରମରେ ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ର ସଭାପତି ରଜନୀକାନ୍ତ ମଣ୍ଡଳ ରାଜେନ୍ଦ୍ର ପଣ୍ଡା,ସୁରେଶ ବିଷୋୟୀ, ଏନ୍ ଜି ଓ ସଭାପତି ସମୀର ଆଚାର୍ଯ୍ୟ ସଂଯୋଜକ ପ୍ରଦୀପ ସାହୁ, ପ୍ରାକ୍ତନ ସମ୍ପାଦକ ପର୍ଶୁରାମ ଜେନା, ଚତୁର୍ଭୁଜ ଜେନା , ଅଜିତ ମଣ୍ଡଳ ,ବେଦ ପାଠଶାଳା ସଭାପତି ପ୍ରଧାନ ଆଚାର୍ଯ୍ୟ ମନୋଜ ପାଣିଗ୍ରାହୀ,ସମ୍ପାଦକ ଶ୍ରୀଧର ଦାସ, ହରିପ୍ରସାଦ ମଳନା, ଉମା ନାୟକ, ଜ୍ୟୋତ୍ନା ନାୟକ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।