ଧାନ କ୍ଷେତରେ ଲାଗିଲା ପୋକ, ଋଷିକୁଲ୍ୟା ରୟତ ମହାସଭା ତରଫରୁ ଅଭିଯୋଗ, ଚାଷୀ ଙ୍କ ସମସ୍ୟା କଥା ନ ବୁଝିଲେ ଆଗାମୀ ଦିନରେ ହେବ ଆନ୍ଦୋଳନ !

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୨.୧୦.୨୦୨୦) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ଶାଖା ସମ୍ପାଦକ ଭାସ୍କର ନାୟକ ଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ଧାନ କ୍ଷେତରେ ପୋକ ଲାଗି ନଷ୍ଠ ହେଉଛି ବାରମ୍ବାର ଅଭିଯୋଗ କଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ, ଫଳ ରେ ଆଜି ସତାଧିକ ଚାଷୀ କୃଷି ବିଭାଗ ଅଧିକାରୀ ଶୁଭଶ୍ରୀ ଜେନା, ବିଡିଓ ବେଦବର ପ୍ରଧାନ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା ଙ୍କୁ ଭେଟି ଏହାର ପ୍ରତିକାର ନିମନ୍ତେ ଅଭିଯୋଗ କରିବା ସହ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି ବୋଲି ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଶ୍ରୀ ନାୟକ ଙ୍କ କହିବା ମୁତାବକ ଚାଷୀ ଙ୍କ ସମସ୍ୟା ନେଇ ବିଡିଓ ଙ୍କୁ ଜଣାଇଲେ ମୁଁ କଣ କରିବି ବୋଲି କହୁଛନ୍ତି । ଏଥିସହିତ ଶ୍ରୀ ନାୟକ କ୍ଷୋଭ ର ସହ ପ୍ରକାଶ କରିଛନ୍ତି ଯେ ଏହି ବ୍ଲକ୍ ରେ ଚାଷୀ ହେଉଛି ଶାବତ ପୁଅ । ଆଗାମୀ ଦିନରେ ଚାଷୀ ଙ୍କ ବିଭିନ୍ନ ସମସ୍ୟା ଦିଗରେ ଯଦି ଦୃଷ୍ଟି ଦିଆନଯାଏ ବିରାଟ ବଡ ଚାଷୀ ଆନ୍ଦୋଳନ ସହ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ବିଭାଗୀୟ କୃଷିଅଧିକାରୀ ଓ ବେଗୁନିଆପଡ଼ା ବ୍ଳକ ବିଡିଓ ଙ୍କ ସହ ଯୋଗାଯୋଗ କରିବା ପାଇଁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବପର ହୋଇନଥିଲା ।ଦେଖାଯାଉ ଆଗାମୀ ଦିନରେ ଚାଷୀ ଙ୍କ ସମସ୍ୟା ନେଇ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

Comments (0)
Add Comment