କବିସୂର୍ଯ୍ୟ ବଳଦେବ ଚାଷୀ ସଙ୍ଘ ପକ୍ଷରୁ ଦଶ ଦଫା ଦାବି ନେଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ।

ବ୍ରହ୍ମପୁର, (LR NEWS, ୨୩.୦୯.୨୦୨୦) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚାଷୀ ଓ କୃଷକ ମହାସଂଘ ପକ୍ଷରୁ ଦଶ ଦଫା ଦାବି ବିଡିଓ ବାସୁଦେବ ନାୟକ ଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଘର ସଭାପତି ପ୍ରଶାନ୍ତ ସ୍ୱାଇଁ ଙ୍କ ତତ୍ୱବାଧାନରେ ଜଟେଶ୍ୱର ମନ୍ଦିର ନିକଟରୁ ଶତାଧିକ ଚାଷୀ ଏକତ୍ରିତ ହୋଇ ବିଭିନ୍ନ ଚାଷୀ ମାରଣନୀତି ଉପରେ ଆଧାରିତ ପ୍ଲା କାଡ଼ ଧରି ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ସ୍ଥାନୀୟ ବିଡ଼ିଓ ଙ୍କୁ ଦଶ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ।ଯଥା ଚାଷୀ କୁ ଉପଯୁକ୍ତ ମୂଲ୍ୟରେ ସାର ଯୋଗାଣ, ପ୍ରତ୍ୟେକ ଚାଷ ଜମିରେ ସରକାର ଙ୍କ ନିୟମ ଅନୁଯାୟୀ ଜଳ ଯୋଗାଣ,ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ଶହ ଚାଷୀ ବଜାର,ଚାଷ ଜମିକୁ ପରିବହନ ରାସ୍ତା ରେ ବିଦ୍ୟୁତ ଯୋଗାଣ, କୃଷି କାର୍ଯ୍ୟାଳୟ ରେ ଖାଲିପଡିଥିବା ପଦାବୀକୁ ପୁରଣ, ଉପଯୁକ୍ତ ଚାଷୀ ଚିହ୍ନଟ କରାଯାଇ ଋଣ ପ୍ରଦାନ,ଚାଷୀ ଙ୍କୁ ରିହାତ ଦରରେ କୃଷି ଯନ୍ତ୍ରପାତି ପ୍ରଦାନ ଏଭଳି ଦଶ ଦଫା ଦାବି ପତ୍ର ସ୍ଥାନୀୟ ତହସିଲଦାର ଅନୁପସ୍ଥିତ ଯୋଗୁ ବିଡ଼ିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହାର ଅବିକଳ ନକଲ ମଧ୍ୟ ଉପରିସ୍ଥ ଅଧିକାରୀ, ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ବିଧାୟିକା କୁ ପ୍ରଦାନ କରାଯାଇଥିବା ସଙ୍ଘ କହିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଚାଷୀ ସଙ୍ଘ ର ସଭାପତି ପ୍ରଶାନ୍ତ ସ୍ୱାଇଁ ,ଉପଦେଷ୍ଟା ଜି. ସମ୍ଭୁଲିଙ୍ଗମ ଆଚାରୀ, ସମ୍ପାଦିକା ଇ. ମାହେଶ୍ୱରୀ ଦୋରା, ଉପସଭାପତି ହୀନ ଖୁଣ୍ଟୁଆ,କୋଷାଧ୍ୟକ୍ଷ ହୀନ ନାହକ ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶେଷରେ ଚାଷୀ ସଙ୍ଘ ପକ୍ଷରୁ କୁହାଯାଇଛି ଯଦି ଏହି ଦାବି ପୂରଣ ନ ହୁଏ ତାହାଲେ ଚାଷୀ ଙ୍କ ହକ୍ ପାଇଁ ସଙ୍ଘ ରାଜ ରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବ ।

Comments (0)
Add Comment