ବେପରୁଆ କାର୍ଯ୍ୟାବେଦେଶ ପାଇଁ ସର୍ବସାଧାରଣ ହନ୍ତସନ୍ତ

ବୋଲଗଡ ତା.୦୮.୦୨(ଆ.ପ୍ର) ଧଳାପଥର ଠାରୁ ବ୍ରହ୍ମପୁରା ଦେଇ ବାଙ୍କୀ ଯାଇଥିବା ଗ୍ରାମ୍ୟ ସଡକ ମରାମତି କରିବା ପାଇଁ ଖାଲ ଗୁଡିକରେ ଏକାଧିକ ଥର ଚିପ୍ସ ପକାଯାଇଥିଲେ ମଧ୍ୟ ପିଚୁ ନଦେଇଥିବା କାରଣରୁ ଚିପ୍ସ ଉଠିଯାଇ ଯାତାୟତ କରୁଥିବା ଯାନବାହାନକୁ ବିପଦ ପହଂଚାଉଛି । ଖବର ନେବାରେ ଜଣାପଡିଲା କିଛି ସ୍କୁଲ ଛାତ୍ର ଓ ବାଟୋଇ ସାଇକେଲ ଓ ମଟରସାଇକେଲ ନେବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇ ଚିକିସôିତ ହେଉଛନ୍ତି । ସ୍ଥାନୀୟ ଲୋକଙ୍କୁ ପଚାରି ବୁଝୀବାରେ ଜଣାପଡୁଛି ଯେ ଯେଉଁ ଠୀକାଦାର କାମ ନେଇଛି ସଠିକ୍ କାମ ନକରି ବାରମ୍ବାର ବିଲ କରି ନେଇଯିବା ଏକ ନିୟମିତ ଘଟଣା ପାଲଟିଛି । ଗ୍ରାମ୍ୟଉନ୍ନୟନ ବିଭାଗର ଯନ୍ତ୍ରୀଙ୍କୁ ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦର ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ ପଚାରିବା ପରେ ବିଭାଗୀୟ ଯନ୍ତ୍ରୀ ଉତର ଦେଲେ ଯେତେଥର ଠିକାଦାର୍ ରାସ୍ତାରେ ଚିପ୍ସ ଢାଳିଛନ୍ତି ବର୍ଷା କାରଣରୁ ପରବର୍ତି ଅବସ୍ଥାରେ ପିଚୁ ଢାଳିବା ସମ୍ଭବ ହୋଇନାହିଁ । ଏକଥା ମଧ୍ୟ ସତ୍ୟ ଯଦି ତୁରନ୍ତ କାମ କରିବା ସମ୍ଭବ ହେଉନାହିଁ ତେବେ ପାଗକୁ ପରଖି ଯନ୍ତ୍ରୀ ନିଦେ୍ର୍ଧଶ ଦେଉନଥିବାରୁ ବେପାରୁଆ କାର୍ଯର୍୍ୟାଦେଶ ଯୋଗୁ ଏହିଭଳି ପରିସ୍ଥିତି ଘଟୁଛି । ସର୍ବସାଧାରଣରେ ଅଭିଯୋଗ ହେଉଛି କି ବ୍ଲକ୍ ଅଧିକାରି , ଉପଖଣ୍ଡସ୍ଥ ଅଧିକାରୀ ଯଦି ଗ୍ରାମଂଚଳକୁ ଗ୍ରସ୍ଥ କରି ଲୋକଙ୍କର ସୁବିଧା ଅସୁବିଧା ଓ ସର୍ବସାଧାରଣଙ୍କ ଅଭିଯୋଗ ଗ୍ରହଣ କରି କାର୍ଯ୍ୟାକାରୀ ହେଉଥାନ୍ତା ତାହାଲେ ସରକାରୀ ଅର୍ଥର ବାଟମାରଣା ହେଉନଥାନ୍ତା ।

Comments (0)
Add Comment