ସୋରଡ଼ା ଅମୃତୁଲୁ ଗ୍ରାମ ରେ ବାପାର ଠେଙ୍ଗା ମାଡରେ ପୁଅ ମୃତ।

ବ୍ରହ୍ମପୁର ,( LR NEWSଟୁକୁନା ପ୍ରଧାନ, ୧୦.୦୯.୨୦୨୦ )-: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁ ରେ ଅଭାବନୀୟ ଘଟଣା । ବାପାର ଠେଙ୍ଗା ମାଡରେ ପୁଅ ମୃତ । ମୃତକ ହେଲେ ଜିତେନ୍ଦ୍ର ବିଷୋୟୀ । ଜିତେନ୍ଦ୍ର ୧୦ ଦିନ ହେଲା ପରିବାର ସହିତ ଗଣ୍ଡଗୋଳ କରି ଆସୁଥିଲା । ଜିତେନ୍ଦ୍ର ଉପରେ ଅତିଷ୍ଠ ହୋଇ ମା ତାର ଝିଅ ଘରକୁ ପଳାଇଥିଲେ । ଆଜି ବାପା ଜୟ ବିଷୋୟୀ ନିଜ ଗୁହାଳ ରେ କାମ କରୁଥିବା ସମୟରେ ପୁଅ ଆସି ପ୍ରଥମେ ବାପା କୁ ଆକ୍ରମଣ କରିଥିଲା। ପୁଅ ର କାର୍ଯ୍ୟ ରେ ବାପା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ରେ ପୁଅର ମୁଣ୍ଡକୁ ପ୍ରହାର କରିଥିଲେ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା । ଖବର ପାଇ ସୋରାଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ବାପା କୁ ଅଟକ ରଖିଛି ।

Comments (0)
Add Comment