ବୁଗୁଡା ବ୍ଳକ ଚାଷୀ ସାର ପାଇବା ପାଇଁ ହନ୍ତସନ୍ତ ବ୍ଯାପକ ମାତ୍ରାରେ କଳାବଜାରୀ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୮.୨୦୨୦)-: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଚାଷୀ ଜମିରେ ସାର ପ୍ରୟୋଗ ପାଇଁ ବ୍ଯାକୁଳ ହେଉଥିବା ବେଳେ ସେମାନେ କୌଣସି ଡିଲର କିମ୍ବା ସମବାୟ ସମିତିରୁ ସାର ପାଇନପାରି ସ୍ଥାନୀୟ କୃଷି କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡା କୃଷି କାର୍ଯ୍ଯାଳୟ ସମ୍ମୁଖରେ । ଚାଷୀ ମାନଙ୍କ ଧାରଣା ଦେବା ଦୃଶ୍ୟ ଦେଖି ସହକାରୀ କୃଷିଅଧିକାରି ନିହାର ରଞ୍ଜନ ପୃଷ୍ଠି ସମସ୍ଯାର ସମାଧାନ କରିବା ବଦଳରେ ସେଠାରୁ କାମର ଆଳ ଦେଖାଇ ଚାଲିଯାଇଥିଲେ । କୃଷକ ମାନେ କିଛି ସମୟ ଅପେକ୍ଷା କରିବା ପରେ ପାଲ ପକାଇ ଧାରଣାରେ ବସିଥିଲେ । ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପହଞ୍ଚି କୃଷକ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୃଷିଅଧିକାରି ଆସିବା ପାଇଁ ଜିଦ୍ ଧରିଥିଲେ ।ଏବଂ କୃଷକ ସଙ୍ଗଠନର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସହିତ ଚାଷୀଙ୍କ ସମସ୍ୟାକୁ ନେଇ ବାକ୍ ଯୁଦ୍ଧ ମଧ୍ୟ ହୋଇଥିଲା । ଏହାପରେ ବାଧ୍ୟ ହୋଇ କୃଷିଅଧିକାରି ଘଟଣା ସ୍ଥଳରେ ପହଞ୍ଚି ଥିଲେ । କୃଷିଅଧିକାରିଙ୍କ ମନମୁଖି କାର୍ଯ୍ଯକଳାପ ଦେଖି କୃଷକ ମାନେ ଉତ୍ଯକ୍ତ ହୋଇ ତୁମ କଲର ଧରି ଝିକି ଆଣିବା କଥା କିନ୍ତୁ ଗଞ୍ଜାମ ଚାଷୀ ଏକଜୁଟ ନାହାନ୍ତି କହି ତାଙ୍କରି ଉପରେ ବର୍ଷି ଥିଲେ । ଏହାପରେ ଅମ୍ବିକା ସାର ଗୋଦାମ ଡିଲର ସେଠାରେ ପହଞ୍ଚିବା ଦେଖି ଚାଷୀଙ୍କ ରାଗ ଚରମ ସିମାରେ ପହଞ୍ଚି ଥିଲା ଯାହାକି ଚାଷୀମାନେ ସାର ପାଇଁ ଗଲେ ଡିଲର ମହାସୟ ବହୁତ ଅସଭ୍ଯ ଭାଷା ପ୍ରୟୋଗ କରୁଥିବା ନେଇ ଡିଲର ଉପରେ ମଧ୍ୟ ବର୍ଷି ଥିଲେ । ଏତିକି ବେଳେ କୃଷିଅଧିକାରି ଡିଲର ମହାଶୟଙ୍କୁ ସୁରକ୍ଷା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମଙ୍ଗଳବାର ସୁଧା ସାର ଦେବାପାଇଁ ପ୍ରତିସୃତି ଦେଇଥିଲେ କିନ୍ତୁ ଚାଷୀ ରାଜି ହୋଇନଥିଲେ । ଏହାପରେ କୃଷିଅଧିକାରି ଙ୍କ ସହିତ ଚାଷୀ ବୁଗୁଡା ଓ ସୋଳମାଇଲ ଗୋଦାମ ଚେକ୍ କରିବାକୁ ଯାଇଥିଲେ କିନ୍ତୁ ବର୍ଷାର ସୁଯୋଗ ନେଇ ଉଭୟ ଅଧିକାରୀ ସେଠାରୁ ଚାଲିଯାଇଥିଲେ । ଏଠି ଗୋଟିଏ କଥା ଉଠୁଛି କୃଷକ ଅମଳ କରିଥିବା ଖାଦ୍ୟ ଗ୍ରହଣ କରନ୍ତି ସାରା ଜଗତ ହେଲେ କୃଷିକୁ ଅମଳ କରିବା ପାଇଁ ସହଯୋଗ କରିବା ବଦଳରେ ସାଧାରଣ ଜନତାଙ୍କ ଟିକସ ଅର୍ଥରୁ ସରକାରୀ ବାବୁ ବୋଲାଉ ଥିବା ମଣିଷଟି କେତେ ହୃଦୟ ହିନ । ଭାରତର ସମ୍ବିଧାନର ଲେଖା ଯାଇଛି ଜୟ ଯବାନ ଜୟ କିଷାନ ଏହି ଶବ୍ଦର ମୂଲ୍ୟକୁ ଆମେ କଣ କହିବା ମୂଲ୍ୟବାନ ନା ଭିତିହିନ ।

Comments (0)
Add Comment