ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଖଣ୍ଡିଆନଇ ପଞ୍ଚାୟତ କୁ ସାତ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ।

ଗଞ୍ଜାମ ,(LR NEWSଟୁକୁନା ପ୍ରଧାନ, ୨୪.୦୭.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ କୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ପ୍ରଧାନ l ଫଳରେ ୨୪ ତାରିଖ ଠାରୁ ଆଗାମୀ ୭ ଦିନ ଯାଏଁ ସଟ୍ ଡାଉନ ରହିବ l ବାରମ୍ବାର ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ବେଳେ ବେଗୁନିଆପଡା ବ୍ଲକ ଏଥିରୁ ବାଦ ପଡିନି l  ପ୍ରତିଦିନ କେଉଁଠି ନା କେଉଁଠି ପଜିଟିଭ୍ ବାହାରୁଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି l ଏପରି ସ୍ଥଳେ ଖଣ୍ଡିଆନଇ ପଞ୍ଚାୟତ ରେ କିଛି ଲୋକ ଚିହ୍ନଟ ହୋଇଥିବା ଦୃଷ୍ଟିରୁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଜିଲ୍ଲା ପ୍ରଶାସନ, ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋଲିସ ଅଧିକାରୀ ଙ୍କୁ ଅବଗତ କରି ଏହି ପଦକ୍ଷେପ ନେଇଛନ୍ତି l ପଞ୍ଚାୟତ କୁ ୭ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ କରିଥିବାରୁ ଆବଶ୍ୟକୀୟ ସାମଗ୍ରୀ ଆଗୁଆ ମହଜୁଦ କରି ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ପ୍ରକାଶ କରିଛନ୍ତି ଶ୍ରୀମତୀ ପ୍ରଧାନ ।

Comments (0)
Add Comment