ଖୋର୍ଦ୍ଧା : ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ଖୋର୍ଦ୍ଧା :(LR NEWS ୨୩/୭/୨୦)ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳ ର ବିଭିନ୍ନ ୱାର୍ଡ ରେ ଥିବା ବିଭିନ୍ନ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ରେ ଆୟୋଜିତ ହୋଇଥିଲା।

ଏଥିରେ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ଯୋଗଦେଇ କରୋନା କୁ ଦୁରେଇ ରଖିବାକୁ ପରାମର୍ଶ ଦେଇଥିଲେ। ବସ୍ତି ପରିସର ରେ କୌଣସି ବ୍ୟକ୍ତି ଥଣ୍ଡା, କାଶ, ଜ୍ୱର, ପରି କୋଭିଡ -୧୯ ର ପ୍ରାଥମିକ ଲକ୍ଷଣ ଦେଖାଦେଲେ ସେମାନଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ପୋୖର ଅଧିକାରୀ ଶ୍ଵେତପଦ୍ମ ଶତପଥୀ ବୈଠକରେ ଅନୁରୋଧ କରିଥିଲେ।ଯୋଗ ଦେଇଥିବା ବସ୍ତି ବାସିନ୍ଦା ଜିଲ୍ଳାପାଳ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଳାପାଳ ସମସ୍ତ ପ୍ରଶ୍ନ ର ଉତ୍ତର ଦେବା ସହିତ ନିଜ ସୁରକ୍ଷା ପାଇଁ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ସମସ୍ତ ବସ୍ତି ବାସିନ୍ଦାଙ୍କ ସହଯୋଗ ଲୋଡିଥିଲେ।

Comments (0)
Add Comment