ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଙ୍କୁ ହତ୍ୟା ଉଦ୍ୟମ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) – : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ‌ଛାଡ଼ି ଦୌଡ଼ି ପଳାଇଛନ୍ତି। ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍‌ ସାଇକେଲ୍‌କୁ ଗୋଳନ୍ଥରା ପୋଲିସ ଜବତ କରି ଛାନ୍‌ଭିନ୍‌ ଚଳାଇଛି ।

Comments (0)
Add Comment