ଗଞ୍ଜାମ, (LR NEWS ପ୍ରଧାନ, ୧୮.୦୭.୨୦୨୦) – : ଗଞ୍ଜାମ ଜିଲ୍ଲା ରେ କରୋନା ଭାଇରସ ଆତଙ୍କ ଖେଳେଇଥିବା ବେଳେ ଲୋକମାନେ ଭୟଭୀତ ଥିବା ବେଳେ ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ କଟକଣା ଲାଗୁ ସତ୍ତ୍ୱେ କିଛି ବ୍ୟକ୍ତି ବିଭିନ୍ନ ଅସାଧୁ କାର୍ଯ୍ୟ ରେ ଲିପ୍ତ ରହୁଥିବା ର ନଜରକୁ ଆସିଛି ।
ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ର ଜୈନିକ ବ୍ୟକ୍ତି ମହୁଲି ମଦ ବିକ୍ରୀ କରୁଥିବା ବେଳେ ଅଙ୍ଗାରଗାଁ ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସାହୁ ଙ୍କ ନେତୃତ୍ବରେ କିଛି ସ୍ଵେଚ୍ଛାସେବୀ ଯୁବକ ମାନେ ପହଂଚି ମଦ ଜବତ କରିବା ସହ ରାସ୍ତା ଉପରେ ନିଆଁ ଲଗାଇ ଦେଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଅଙ୍ଗାରଗାଁ ରେଡ୍ ଜୋନ୍ ତାଲିକା ରେ ଥିବା ସତ୍ତ୍ୱେ ଏ ଭଳି ମଦ କାରବାର କାର୍ଯ୍ୟ ଚାଲିଥିବା ଜାଣି ବହୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି ।