କୋଦଳା ଏନ୍ଏସି ରେ କୋଭିଡ୍ ମନିଟରଙ୍କ ତାଲିମ୍ ଶିବିର।

ଗଞ୍ଜାମ , ( ଟୁକୁନା ପ୍ରଧାନ, ୧୭.୦୭.୨୦୨୦) – : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ ।ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସେହି ତୁଳନାରେ ବଢିବାରେ ଲାଗିଛି ।ରୋଗୀ ମାନଙ୍କୁ ବିଭି୍ନ୍ନ କୋଭିଡ ମେଡିକାଲ ନ ପଠାଇ ନିଜ ଅଞ୍ଚଳ ରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପ ପରିସର ରେ ୨୦ ଶଯ୍ୟା ବିଶିଷ୍ଠ “କୋଭିଡ କେୟାର ହୋମ୍ ” କାର୍ଯ୍ୟକ୍ଷମ ହୋଇଛି।ସେଠାରେ ୭ ତାରିଖ ଠାରୁ ୧୩ ତାରିଖ ପର୍ଯ୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଜନସାଧାରଣ ମାନେ ଯେପରି କୌଣଷି ଅସୁବିଧାର ସମ୍ମୁଖିନ ହେବେ ନାହିଁ ଏବଂ ପଜେଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ୍ କେୟାର ହୋମ୍ ରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହିତ ଖାଇବା ମେନୁ , ଟିମ୍ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵ ପୂର୍ଣ ବିଭାଗ ର ଯୋଗାଯୋଗ ନମ୍ବର ଲଗାଯାଇଛି ।

ଆଜି କୋଭିଡ ମନିଟର ମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ତାକୁ ନେଇ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଏନ୍ଏସି ସ୍ଵତନ୍ତ୍ର କୋଭିଡ ଅଧିକାରୀ ଅଶୋକ କୁମାର ମୁଦୁଲି ଙ୍କ ତତ୍ଵାବଧାନ ରେ ଏନ୍ଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା , ଗୋଷ୍ଠି ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପାତ୍ରଙ୍କ ଉପସ୍ଥିତି ରେ ୧୩ ନମ୍ବର ୱାର୍ଡ ରୁ ୧୩ଜଣ କୋଭିଡ ମନିଟର ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।ସେମାନେ କେଉଁ ସାହିରେ କି କି ରୋଗୀ ଅଛନ୍ତି ପଚାରି ରେଜିଷ୍ଟର ରେ ଲେଖିବା ସହିତ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବେ , କରୋନା ବିଷୟ ରେ ଲୋକଙ୍କୁ ସଚେତନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା । ସମସ୍ତଙ୍କ ଆକ୍ଟିଭ କଣ୍ଟ୍ରାକ୍ଟ ରେଜିଷ୍ଟର , ଏବଂ ରିଟର୍ଣ୍ଣିଂ ରେଜିଷ୍ଟର ମେଣ୍ଟେଇନ କରିବା ପାଈଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Comments (0)
Add Comment