ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ‘କରୋନା’ ପାଣ୍ଠିକୁ ୧ କୋଟି ୭ ଲକ୍ଷ ୯୦ ହଜାର ୧ ଶହ ଟଙ୍କା ଦାନ।


LR NEWS ୧୫/୭- ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିନସ୍ଥ ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ, ୧୦ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର କର୍ମଚାରୀ, ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯାଳୟର କର୍ମଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟର କର୍ମଚାରୀ ୧ ଦିନର ଦରମା ବାବଦକୁ ୧ କୋଟି ୭ ଲକ୍ଷ ୯୦ ହଜାର ୧ ଶହ ଟଙ୍କା ବିଶ୍ବମହାମାରୀ ‘କରୋନା’ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନ୍ଦନା ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁ, ଓଷ୍ଟାର ଜିଲ୍ଲା ସଭାପରି ଅମ୍ବିକା ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଯୋଗେଶ ଚନ୍ଦ୍ର ସମନ୍ତସିଂହାର, ଜିଲ୍ଲା ଶିକ୍ଷା କାର୍ଯାଳୟର ମୁଖ୍ୟ କିରାଣୀ ରବୀନ୍ଦ୍ର କୁମାର ବାରିକ, କନିଷ୍ଠ କିରାଣୀ ରାଜୀବ ଲୋଚନ ପରିଡା ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଶୀତାଂଶୁ କୁମାର ରାଉତଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକଙ୍କ ସହଯୋଗରେ ସଙ୍ଗୃହିତ ଉକ୍ତ ଅର୍ଥରାଶିକୁ ଚେକ୍ ମାଧ୍ୟମରେ ପ୍ରଦାନ କରିଥିବାର ଓଷ୍ଟାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି ।

Comments (0)
Add Comment