କୋଦଳା ଏନ୍ଏସି ରେ ଥର୍ମାଲ୍ ସ୍କ୍ରିନିଙ୍ଗ ଟେଷ୍ଟ , ଛତ୍ରପୁର ଉପଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ ।

ଗଞ୍ଜାମ , ( LR NEWSଟୁକୁନା ପ୍ରଧାନ, ୦୯.୦୭.୨୦୨୦) – : ଆଜି ଠାରୁ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳ ପାଞ୍ଚଦିନିଆ ସଟ୍ ଡାଉନ ।କୋଦଳା ପ୍ରଶାସନ ର ସଜାଗ ପରେ ଚାରିଆଡେ ଶୂନଶାନ ।କେହି ଘରୁ ବାହାରିବାକୁ ବି ଇଛା କରୁନାହାନ୍ତି ।କେବଳ କିଛି ପରିବା ବେପାରୀ ବା ଚାଷୀ ସାଇକଲ ଟିଏ ଧରି କାଁ ଭାଁ ବେପାର ପାଇଁ ବୁଲୁଥିବାର ଦେଖିବାକୁ ମିଳୁଛି ।

ଏହାରି ଭିତରେ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ ଏସି ଏବଂ ତହସିଲ ର ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ।ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନବାଡି କର୍ମୀ ସେମାନଙ୍କ ସହାୟିକା ସହିତ ପ୍ରତ୍ୟକ ସାହି ଏବଂ ଗଳିରେ ପଶି ଘର ଘର ଯାଇ ଲୋକଙ୍କୁ ଡାକି ଡାକ୍ତର ଙ୍କ ଦ୍ଵାରା ସେମାନଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର , ଡାଇବେଟିସ, ପଲସ ,କରୋନା ସଂକ୍ରମିତ ପାଇଁ ଉଦ୍ଧିଷ୍ଟ ସିମ୍ଟମ୍ ଚେକ୍ କରିବା ସହିତ ସେମାନଙ୍କ ରେକର୍ଡ୍ସ ପଞ୍ଜିକରଣ କରି ରଖାଯାଉଥିବା ଦେଖିବାକୁ ମିଳିଛି ।ଗୋହିରିନାଳ ସାହିଠାରେ ଆୟୁଷ ଡାକ୍ତର ସଞ୍ଜୟ କୁମାର ସାହୁ ଓ ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ ନିଜ ଟିମ୍ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ସମୟ ରେ ଅଚାନକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ସେଠାରେ ପହଂଚି ସ୍କ୍ରିନିଙ୍ଗ ଟେଷ୍ଟ କାର୍ଯ୍ୟ କେମିତି ଚାଲିଛି ତାହା ତଦାରଖ କରିଥିଲେ । ଲୋକମାନେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହି କିଛି ସମୟ ଟିମ ସହିତ ଆଲୋଚନା କରିବା ସହିତ କିଛି ପରାମର୍ଶ ଦେଇଥିଲେ ।

Comments (0)
Add Comment