ଗଞ୍ଜାମ ଏନ୍ଏସି କରୋନା ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ୍ ମନିଟର୍ ଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୮.୦୭.୨୦୨୦) – :ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଗଞ୍ଜାମ ଏନ୍ଏସି ଗ୍ରସ୍ତକରି କରୋନା ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ୍ ମନିଟର୍ ମାନଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳ କୁଲାଙ୍ଗେ ଙ୍କ ସହ ନୋଡ଼ାଲ ଅଫିସର IAS କୋରାଲା ପାଟୱା ଆଲୋଚନା ସମୟରେ ଉପସ୍ଥିତି ରହି ସମୀକ୍ଷା କରିଥିଲେ । ଜିଲ୍ଲାପାଳ କୋଭିଡ୍ ମନିଟର୍ ମାନଙ୍କୁ ଆପଣଙ୍କର ୱାର୍ଡ଼ ଆପଣଙ୍କର ପରିବାର ସେମାନଙ୍କ ସୁରକ୍ଷା ଆପଣଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ।

ନିଜ ୱାର୍ଡ଼ ଉପରେ ନଜର ରଖିବା, କୌଣସି ବ୍ୟକ୍ତି ଙ୍କ ଲକ୍ଷଣ ବାହାରିଲେ ତୁରନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇବେ । ପଜେଟିଭ୍ ଆକ୍ରାନ୍ତ ଜଣାପଡିଲେ କୋଭିଡ୍ ମନିଟର୍ ଙ୍କୁ ଜଣାଇବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ପଜିଟିଭ୍ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛି ତାହାର ଖବର ନେବାକୁ କହିବା ସହ ୱାର୍ଡ଼ ର ପୂର୍ବରୁ ଡାଇବେଟିସ, କିଡନି, କ୍ୟାନ୍ସର, ଏପରି ରୋଗିଙ୍କ ତଥ୍ୟ ଅନୁଧ୍ୟାନ କରିବାକୁ କହିଥିଲେ ଜିଲ୍ଲାପାଳ । ବଜ଼ାରରେ ଦୋକାନୀ ମାନେ ସମଦୁରତା ରକ୍ଷାକରୁଛନ୍ତି କି ନାହିଁ, ମାସ୍କ ପିନ୍ଧିବା, ସାନିଟାଇଜ଼ର ବ୍ୟବହାର କରିବା ଉପରେ ନଜର ରଖିବାକୁ କହିଥିଲେ ଜିଲ୍ଲାପାଳ । କୌଣସି ସମସ୍ୟା ଦେଖାଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇବା ସହ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ଙ୍କୁ ମୋବାଇଲ ଯୋଗେ ଜଣାଇବାକୁ କହିଥିଲେ ଜିଲ୍ଲାପାଳ ।

ଏନ୍ଏସି ର ପଜେଟିଭ ଙ୍କ ସଂଖ୍ୟା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବା ସହ ପଜେଟିଭ ବ୍ୟକ୍ତି ଙ୍କ ଘରକୁ ଯାଇ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ କହିଥିଲେ । ସେମାନଙ୍କ ପରିବାରକୁ ଆବଶ୍ୟକ ନିତ୍ୟବାହି ସାମଗ୍ରୀ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଯୋଗାଇବାକୁ କହିଥିଲେ ଜିଲ୍ଲାପାଳ । ପରେ ସାନ ବଜ଼ାର ନିକଟ ଅସ୍ଥାଇ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାକାର ଆନୁସାଙ୍ଗିକ ପରିବେଶ ଦେଖି ଅନ୍ୟତ୍ର କରିବା ପାଇଁ କହିଥିଲେ ଜିଲ୍ଲାପାଳ ।ଏହି ଅନୁଧ୍ୟାନ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣଦାସ , ତହସିଲଦାର ଅବନୀ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment