ଗଞ୍ଜାମ ଜିଲ୍ଲାପାଳ ଙ୍କ ବେଗୁନିଆପଡ଼ା ବ୍ଳକ ଗ୍ରସ୍ତ, କରୋନା ନେଇ ସରପଞ୍ଚ ମାନଙ୍କ ସହ ଆଲୋଚନା ।

ଗଞ୍ଜାମ, (,LR NEWS ୦୧.୦୭.୨୦୨୦)-: ଆଜି ବେଗୁନିଆପଡା ବ୍ଲକ ଗ୍ରସ୍ତ ରେ ଆସି ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ । 3T ଯୋଜନା ଓ SMS ପାଳନ କରିବା ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ, କୋଭିଡ୍ କେର ହେଲଥ୍ କମିଟି ଗଠନ, ପଂଚାୟତରେ କୋଭିଡ କେର ସେଣ୍ଟର ସଜାଗ ରଖିବା ଏବଂ ପୋଖରୀ ରେ ଗାଧୋଇବାକୁ ବାରଣ କରିବା, ମନ୍ଦିର, କୋଠ ଘର, ଛକ ଯାଗା ରେ ଆଦି ଗହଳି ନକରିବା ଉପରେ ଗୁରୁତ୍ୱ ଦେବା ସହ, ଦୋକାନ ରେ କୋଭିଡ ନିୟମ ମାନିବା ନେଇ ଗୁରୁତ୍ୱ ଦେବାକୁ କହିଥିଲେ ।

ସେହିପରି ବେଗୁନିଆପଡା ବ୍ଲକରେ ବ୍ୟବସାୟୀ ମାନେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ଗ୍ଳୋବ୍ସ ପିନ୍ଧିବାକୁ ବାଧ୍ୟ, ନିୟମ ନମାନିଲେ ଦୋକାନ ସିଲ୍ କରିବାକୁ କହିଥିଲେ, ବ୍ଲକରେ ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ ଦୋକାନକୁ ଆସୁଥିବା ଲୋକଙ୍କ ନାମ ଲେଖିବା କୁ ବାଧ୍ୟ ସହ ବ୍ୟାରିକେଡ କରିବା କୁ ମଧ୍ଯ ବାଧ୍ୟ । ଜୁଲାଇ ୩୧ତାରିଖ ଯାଏ ଗାଁ ଗହଳି ଲୋକ ସହର କୁ ନ ଆସିବାକୁ ନିବେଦନ କରାଯାଇଛି।

ଗଞ୍ଜାମ ଜିଲ୍ଲା ରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେଗୁନିଆପଡା ବ୍ଲକରେ କେତୋଟି ପଞ୍ଚାୟତରେ ରୋଗୀ ଚିହ୍ନଟ ହୋଇଥିବା ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ତତ୍ପର ହୋଇଛି , ଏଥି ପାଇଁ ସରପଞ୍ଚ ମାନେ ସକ୍ରିୟ ରହି ଗାଁ ଗାଁ ରେ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲପାଳ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଠି, ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ବେଦବର ପ୍ରଧାନ ଙ୍କ ସମେତ ସମସ୍ତ ସରପଞ୍ଚ ଓ ନୋଡା ଲ ଅଫିସର ମାନେ ଉପସ୍ଥିତ ଥିଲେ ।

Comments (0)
Add Comment