ପୋଲସରା ରେ ମିଠା ଦୋକାନ କୁ ସିଲ୍ କଲା ପ୍ରଶାସନ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୯.୦୬.୨୦୨୦) – : ଗଂଜାମ ଜିଲ୍ଲା ରେ ବଢ଼ିବାରେ ଲାଗିଛି କରୋନା ପଜେଟିଭ୍ ଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ନିୟମକୁ କଡ଼ାକଡ଼ି ଜାରି କରାଯାଇଛି । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସବୁ ଦୋକାନ ବନ୍ଦ ବଜାର କରିବା ଲାଗି ନିର୍ଦ୍ଦେଶନାମା ଜାରି ହୋଇଛି ।

ଏଭଳି ମାରାତ୍ମକ ପରିସ୍ଥିତି ରେ ପୋଲସରା ବଜାର ସାହିରେ ଥିବା ଏକ ଅମାନିଆ ମିଠା ଦୋକାନୀ ରବିନ୍ଦ୍ର ସାହୁ ସରକାରଙ୍କ ନିର୍ଦ୍ଦେଶ କୁ ଖୋଲା ଖୋଲି ଉଲଘଂନ କରି ସାମାଜିକ ଦୂରତ୍ୱ କୁ ଭୃକ୍ଷେପ ନକରି ଲୋକଙ୍କ ମିଠା ବିକ୍ରି କରୁଥିବା ପ୍ରଶାସନର ଦୃଷ୍ଟି କୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଠା ଦୋକାନ କୁ ସଂପୂର୍ଣ୍ଣ ସିଲ୍ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ର ସୂଚନା ପ୍ରକାଶ କରିଛନ୍ତି ଅତିରିକ୍ତ ତହସିଲଦାର ସୋହୋନ କୁମାର ବେହେରା ।

Comments (0)
Add Comment