ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୬.୦୬.୨୦୨୦) – : ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ ଦିନ ବନ୍ଦ ରହିବ।କେବଳ ଡାକ୍ତର ଏବଂ ଦୁଗ୍ଧ ବିତରଣକୁ ଅନୁମତି ଦିଆଯିବ ଏବଂ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରକାଶ ପାଇଛି ।