ଡାକ୍ତର ବିମଳ ରଥଙ୍କ ସ୍ମୃତିରେ ବନ୍ଧୁ ଉମାଶଂକର ପ୍ରସାଦଙ୍କ କବିତା

ସବୁ ଓଲଟ,ପାଲଟ ହୋଇଗଲା
ଵନ୍ଧୁ ବିମଳ ମୋତେ ଛାଡି ଚାଲିଗଲା
କ୍ଷଣକରେ ଭାଙ୍ଗି ଚୁରମାର ହୋଇଗଲା
ଆମ ସ୍ମୃତି ଓ ସମ୍ପର୍କ ର ଖିଅ
ତୁମେ ମରି ଶଵ ହେଲ ମାତ୍ର
ମୁଁ ମଲା ଶଵପରି ଝୁରୁଛି ଆମ
ଅତିତକୁ
ଅପେକ୍ଷା କେଵଳ ଏତିକି
କେବେ ଭେଟ ହେବ ତୁମ ସହ
ମୋର ସେଇ ରାଇଜରେ
ଯେଉଁଠି ତୁମେ ପହଞ୍ଚିଛ
ଆଉ ପୁଣି ହସି ଉଠିଵ
ଆମ ଅତିତର ସ୍ମୃତି ସଵୁ
ଅପେକ୍ଷା ରେ ଵନ୍ଧୁ ଉମା

Comments (0)
Add Comment