ଗଞ୍ଜାମ, (ଟୁକୁନା ପ୍ରଧାନ, ୧୭.୦୬.୨୦୨୦)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଇପ୍ସିତା ଭୂୟାଁ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏ ମ୍ ସ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ । ଛାତ୍ରୀ ର ଚିକିତ୍ସା ନିମନ୍ତେ ଗତକାଲି ତାହାର ପରିବାର କୁ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ରାଶି ସ୍ଵରୂପ ୧୦,୦୦୦ ଦଶ ହଜାର ଟଙ୍କା ର ଏକ ଚେକ୍ ସି ଆର୍ ସି ସି ଜଗନ୍ନାଥ ବାରିକ, ପ୍ରଧାନ ଶିକ୍ଷକ ହରିହର ପ୍ରଧାନ, ଶିକ୍ଷକ ଆଶିଷ କୁମାର ସ୍ଵାଇଁ ପ୍ରମୁଖ ଛାତ୍ରୀ ର ଅଭିଭାବକ ବସନ୍ତ କୁମାର ଭୂୟାଁ କୁ ପ୍ରଦାନ କରିଛନ୍ତି ।